ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ନବୀନ

ବରିଷ୍ଠ ରାଜନେତା ତଥା ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦଳର ସଂଗଠନକୁ ମଜବୁତ କରିବାରେ ରାଜେନ୍ଦ୍ରଙ୍କ ବଡ଼ ଭୂମିକା ଥିଲା । ରାଜେନ୍ଦ୍ରଙ୍କ ବିୟୋଗ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି କଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ନବୀନ । ଏଥିସହିତ ରାଜେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର । ଏନେଇ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ନିରବ ପ୍ରାର୍ଥନା କରାଯାଇଥିଲା
ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ୨୦ ନଭେମ୍ବର ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ଢୋଲକିଆ । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି । ସେ ନୂଆପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତି ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ନବୀନ ସରକାରରେ ସେ ମନ୍ତ୍ରୀ ଥିଲେ । ୨୦୦୪, ୨୦୦୯, ୨୦୧୯, ୨୦୨୪ରେ ସେ ବିଜୟୀ ହୋଇ ବିଧାୟକ ହୋଇଥିଲେ ।