spot_img

Latest Posts

ନବମ ଥର ଲାଗି ବିଜେଡି ସଭାପତି ହେବେ ନବୀନ ; ସର୍ବସମ୍ମତି କ୍ରମେ ଆଜି କରାଯିବ ଘୋଷଣା

ଭୁବନେଶ୍ବର : ଆଜିଠୁ ନବମ ଥର ପାଇଁ ବିଜେଡିର ସଭାପତି ହେବେ ନବୀନ ପଟ୍ଟନାୟକ। ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ହେବେ ନିର୍ବାଚିତ । ରାଜ୍ୟ ପରିଷଦ ବୈଠକ ପରେ ସଭାପତିଙ୍କ ନାଁ ଘୋଷଣା କରାଯିବ । ସଭାପତି ହେବା ପରେ ନବୀନ ନିଜର ନୂଆ ଟିମ ଗଢିବେ। ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ ।

ନବୀନ ପଟ୍ଟନାୟକ ନବମ ଥର ଭାବେ ବିଜେଡି ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା। ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି।

Latest Posts

Don't Miss