spot_img

Latest Posts

ମୃତ ଚାଷୀଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ସହାୟହା ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସାରଣା ଗାଁର ମୃତ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ଭେଟିବା ପରେ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ନବୀନ । ବାଲିକୁଦା ଏରସମା ବିଧାୟକ ମୃତକଙ୍କ ପରିବାରକୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।  ଲଗାଣ ବର୍ଷା ଓ ଲଘୁଚାପଜନିତ ବର୍ଷାରେ ସୁନାର ଫସଲ ନଷ୍ଟ ହେବା ପରେ ଚାଷୀ କୃତିବାସ ଋଣ ଶୁଝିବା ଚିନ୍ତାରେ ବେକରେ ରଶି ଲଗାଇ ସୋମବାର ରାତିରେ ଆତ୍ମହତ୍ୟା କରିଥିଲେ । ଏହି ଖବର ଶୁଣି ଦୁଃଖ ପ୍ରକାଶ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ବାଲିକୁଦା ବ୍ଲକ ଅଞ୍ଚଳ ଗସ୍ତ ସମୟରେ ମୃତ ଚାଷୀଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଥିଲେ।

Latest Posts

Don't Miss