ଦୀର୍ଘ ୭ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଇଞ୍ଜିନିୟର, ଖୋଜିବାକୁ ଯାଇଥିଲେ ପତ୍ନୀ

1 min read

ମାଲକାନଗିରି: ଲାଲବାହିନୀ କବଳରୁ ଦୀର୍ଘ ୭ ଦିନ ପରେ ମୁକୁଳିଛନ୍ତି ଇଞ୍ଜିନିୟର ଅଜୟ ରୋଶନ। ପ୍ରଜାକୋର୍ଟରେ ହାଜର ପରେ ଅଜୟଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଥିଲା ମାଓ ସଙ୍ଗଠନ। ସେପଟେ ସ୍ୱାମୀଙ୍କ ଫେରିବା ବାଟକୁ ଜଙ୍ଗଲ ନିକଟରେ ଅପେକ୍ଷା କରି ରହିଥିଲେ ପତ୍ନୀ ଅର୍ପିତା। ଶେଷରେ ଅଜୟ ରୋଶନ ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

ଇଞ୍ଜିନିୟରଙ୍କୁ ଅପହରଣ କରିବା ପରେ ନିସର୍ତ୍ତ ମୁକୁଳାଇବାକୁ ପତ୍ନୀ ନିବେଦନ କରିଥିଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର କୁରନା ଏବଂ ମକେଲି ଠାରେ ଗ୍ରାମ୍ୟ ସଡକ ଯୋଜନାର କାମ ଦେଖିବାକୁ ଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା ଏବଂ ପିଅନ ସରଜା ଲକ୍ଷ୍ମଣ ପରିତଗିରିଙ୍କୁ ନକ୍ସଲ ମାନେ ଅପହରଣ କରିଥିଲେ।

ଅଧିକ ପଢନ୍ତୁ:- ଇଞ୍ଜିନିୟର ସ୍ୱାମୀଙ୍କୁ ଅପହରଣ କରିନେଲେ ନକ୍ସଲ, ପିଲାଙ୍କୁ ଧରି ଖୋଜିବାକୁ ଜଙ୍ଗଲ ଆଡ଼େ ବାହାରିଲେ ପତ୍ନୀ

ଉଲ୍ଲେଖଯୋଗ୍ୟ, ସବ୍ ଇଞ୍ଜିନିୟର ଅଜୟ ରୋଶନ ନିକଟ ଅତୀତରେ ଲକ୍ଷ୍ମଣଙ୍କ ସହ ପରତାଗିରି ଗୋରନା ମନକେଲି କ୍ଷେତ୍ରରେ ଚାଲିଥିବା ରାସ୍ତାକାମର ନିରିକ୍ଷଣ କରିବାକୁ ଯାଇଥିଲେ। ହେଲେ ଅନେକ ସମୟ ପର୍ଯ୍ୟନ୍ତ ମୁଖ୍ୟାଳୟକୁ ଫେରିନଥିଲେ। ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ବହୁତ ଖୋଜିଥିଲେ ହେଲେ କିଛି ବି ସୁରାକ ମିଳିନଥିଲା। ଏହାପରେ ଗାଁ ଲୋକମାନେ ଖବର ଦେଇଥିଲେ ଯେ ସବ୍ ଇଞ୍ଜିନିୟର ଓ ଚପରାସୀଙ୍କୁ କିଛି ଲୋକ ଜଙ୍ଗଲ ଭିତରକୁ ନେଇଯାଇଛନ୍ତି। ତତପରେ ନକ୍ସଲମାନେ ଉଭୟଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଥିଲା। ପରର୍ବତ୍ତୀ ସମୟରେ ସ୍ୱାମୀଙ୍କୁ ସକୁଶଳ ଛାଡ଼ିବାକୁ ମାଓବାଦୀଙ୍କ ନିବେଦନ କରିଥିଲେ ଇଞ୍ଜିନିୟରଙ୍କ ପତ୍ନୀ ଅର୍ପିତା।

Leave a Reply