ପରୀ ମାମଲା, ଅଭିଯୁକ୍ତ ଠାରୁ ଜବତ ମୋବାଇଲର ଯାଞ୍ଚ ପାଇଁ SITର ଆବେଦନ

1 min read
Nayagarh Pari Murder Accused Not Agreed For Narco Test

ନୟାଗଡ଼: ନାର୍କୋ ଟେଷ୍ଟକୁ ନା କହିଲା ଅଭିଯୁକ୍ତ ନାବାଳକ । ରାଜି ନହେବାରୁ ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଲେନି ଜୁଭେନାଇଲ ଜଷ୍ଟିସ୍ ବୋର୍ଡ । ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ହେବନି ନାର୍କୋ ଟେଷ୍ଟ । ଅଭିଯୁକ୍ତ ରାଜି ନହେବାରୁ ନାର୍କୋ ଟେଷ୍ଟ ହେବନି ବୋଲି କହିଛନ୍ତି ଜୁଭେନାଇଲ ଜଷ୍ଟିସ୍ ବୋର୍ଡ । ନାର୍କୋ ଟେଷ୍ଟ ପାଇଁ ପକସୋ କୋର୍ଟରେ ଆବେଦନ କରିଥିଲା ଏସ୍‌ଆଇଟି । କୋର୍ଟରେ ଅଭିଯୁକ୍ତ ନାବାଳକ ସାବ୍ୟସ୍ତ ହେବା ପରେ ଜୁଭେନାଇଲ ବୋର୍ଡ ଏହା କହିଛନ୍ତି ।

Nayagarh Pari Murder Accused Not Agreed For Narco Test

ଅନ୍ୟପଟେ ନାବାଳକ ଅଭିଯୁକ୍ତ ଠାରୁ ଜବତ ମୋବାଇଲ ପରୀକ୍ଷା ପାଇଁ ଗୁଜରାଟ ସିଏଫଏଲ୍କୁ ପଠାଇଯାଇପାରେ । ମୋବାଇଲ୍ ଭିତରେ କ’ଣ ରହିଛି ଜାଣିବାକୁ ଚାଁହୁଛି SIT । ସେଥିପାଇଁ ମୋବାଇଲକୁ ଲାବ୍ରୋଟୋରିକୁ ପଠାଇବା ପାଇଁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ଆବେଦନ କରିଛି । ଏନେଇ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ କରି ରଖିଛନ୍ତି ।

Nayagarh Pari Murder Accused Not Agreed For Narco Test

ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହରୁ ନୟାଗଡ଼ ଅଣାଯାଇଥିଲା । ଆଜି ନାର୍କୋ ଟେଷ୍ଟ ଶୁଣାଣି ପାଇଁ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କାରାଯାଇଥିଲା । ପୂର୍ବରୁ ଏସ୍‌ଆଇଟି ଓସିଫିକେସନ ଟେଷ୍ଟ ଦ୍ୱାରା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ପକସୋ କୋର୍ଟରେ ପ୍ରଡ୍ୟୁସ୍ କରିଥିଲା । ଡିସେମ୍ବର ୨୦ରେ ଅଭିଯୁକ୍ତ ଗିରଫ ହୋଇଥିଲା । ପରେ ତାକୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏଟ କରିଥିଲା ଏସ୍‌ଆଇଟି । କେମିତି ମାରିଲା ? କେମିତି ମୃତଦେହ ଫିଙ୍ଗିଲା ପୋଲିସ ଆଗରେ ଟିକିନିକି ବଖାଣିଥିଲା ଅଭିଯୁକ୍ତ । ଗତବର୍ଷ ଜୁଲାଇ ୧୪ରେ ପରୀକୁ ହତ୍ୟା କରାଯାଇଥିଲା । ଦୁଇ ସପ୍ତାହ ପରେ ଅର୍ଥାତ ଜୁଲାଇ ୨୩ ତାରିଖରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା ।

Leave a Reply