spot_img

Latest Posts

ଦଶପଲ୍ଲା ବନାଞ୍ଚଳରୁ ପୁରୀ ଗଲା ପ୍ରଥମ ରଥକାଠ

ପୁରୀ: ଚଳିତବର୍ଷ ପୁରୀ ରଥଯାତ୍ରା ଲାଗି ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପ୍ରଥମ ରଥକାଠ ଯାଇଛି । ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଚ୍ଛା ଜଙ୍ଗଲରୁ ୨ ଟ୍ରିପ୍ କାଠ ସଂଗ୍ରହ କରାଯାଇ ପୁରୀ ପଠା ଯାଇଛି । ପଠା ଯାଇଥିବା ରଥକାଠ ଆଜି ରାତିରେ ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ । ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହେବ । ଏଥିପାଇଁ  ଆଜି ନୟାଗଡ଼ ବନଖଣ୍ଡ ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଆଗରେ ରଥକାଠ ପୂଜା କରାଯାଇ ପୁରୀକୁ ରଥ କାଠ ଯୋଗଣର ଶୁଭାରମ୍ଭ କରାଯାଇଛି ।

Nayagarh Transported First Phase Of Ratha Katha To Puri

ପୁରୀକୁ ରଥକାଠ ପରିବହନ ପାଇଁ ଗତ ମାସ ୧୧ ତାରିଖ ଦିନ ମହାପ୍ରଭୁଙ୍କ ଆଜ୍ଞା ମାଳ ଧରି ନୟାଗଡ଼ରେ ପହଞ୍ଚିଥିଲେ ପୁରୀର ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ବରିଷ୍ଠ କେୟାର ଟେକର ସୁଦର୍ଶନ ମେକାପ, ଅମିନ ମହାରଣା, ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଓ ଅଙ୍କିତ କୁମାର ସାହୁଙ୍କ 5 ଜଣିଆ ପ୍ରତିନିଧି ଦଳ । ୧୨ ତାରିଖରେ ଗଣିଆ ବ୍ଳକ ବଡ଼ମୂଳର ବଡ଼ ରାଉଳଙ୍କ ପୂଜାର୍ଚ୍ଚନା କରାଯିବା ପରେ ଚଳିତ ବର୍ଷର ରଥକାଠ ଦଶପଲ୍ଲା ବନାଅଞ୍ଚଳରୁ ସଂଗ୍ରହ କରାଯାଇଥିବା ନୟାଗଡ଼ ବନଖଣ୍ଡ  ଅଧିକାରୀ କହିଛନ୍ତି ।

Nayagarh Transported First Phase Of Ratha Katha To Puri

ଚଳିତବର୍ଷ ପୁରୀ ରଥଯାତ୍ରା ନିମନ୍ତେ ତିନି ରଥ ନିର୍ମାଣ ପାଇଁ ୭୯୬ ଖଣ୍ଡ କାଠ ଆବଶ୍ୟକ ରହିଛି । ଏଥିପାଇଁ ନୟାଗଡ଼ ବନଖଣ୍ଡ ପକ୍ଷରୁ ୧୮୦ ଖଣ୍ଡ କାଠ ଯୋଗାଣ ପାଇଁ ନିର୍ଦ୍ଦେଶ ରହିଛି । ନୟାଗଡ଼ରୁ ପୁରୀକୁ ପରିବହନ ହେବାକୁ ଥିବ ରଥକାଠ ମଧ୍ୟରେ ରହିଛି ଆସନ, ଧଉରା, ଫାଶୀ ଓ ଶିମିଳି ଭଳି କାଠ । ଏସବୁ କାଠକୁ ପୁରୀକୁ ଓ କଟକ ଖପୁରିଆ କାଠ ସ’ମିଲ ଯୋଗାଇବା ପାଇଁ ନୟାଗଡ଼ ବନଖଣ୍ଡକୁ ନିର୍ଦ୍ଦେଶ ରହିଛି ।

Latest Posts

Don't Miss