spot_img

Latest Posts

ରିପବ୍ଲିକ୍ ଟିଭିର IBFର ସଦସ୍ୟତା ତୁରନ୍ତ ନିଲମ୍ବିତ କରିବାକୁ NBAର ଦାବି

ନୂଆଦିଲ୍ଲୀ: ବଢ଼ୁଛି ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଡ଼ୁଆ। ଅର୍ଣ୍ଣବ ଓ ପୂର୍ବତନ ବାର୍କ ସିଇଓ ପାର୍ଥଦାସ ଗୁପ୍ତା ମଧ୍ୟରେ ହ୍ଵାଟ୍ସଆପ ଚାଟ୍ ସାର୍ବଜନୀନ ହେବାପରେ ଅସନ୍ତୋଷ ଜାହିର କରିଛି ନ୍ୟୁଜ ବ୍ରଡକାଷ୍ଟ ଆସୋସିଏସନ(NBA)। ଭାରତୀୟ ବ୍ରୋଡକାଷ୍ଟିଂ ଫାଉଣ୍ଡେସନ୍ (IBF)ର ସଦସ୍ୟତାରୁ ରିପବ୍ଲିକ୍ ଟିଭିକୁ ତୁରନ୍ତ ନିଲମ୍ବିତ କରିବାକୁ NBA ଦାବି କରିଛି।

NBA କହିଛି ହ୍ୱାଟ୍ସଆପ ଟ୍ୟାଟରୁ ଏହା ସ୍ପଷ୍ଟ ହୋଇଛି ଯେ ଦିର୍ଘ ମାସ ହେଲା ବେଆନ୍ ଭାବେ ଟିଆରପି ରେଟିଂରେ ହେର୍ ଫେର୍ କରାଯାଇ ରିବବ୍ଲିକ ଟିଭିରେ ଅଧିକ ଦର୍ଶକ ଦର୍ଶାଯାଇ ଅନ୍ୟ ଚ୍ୟାନେଲ ଗୁଡ଼ିକର ରେଟିଂକୁ କମାଯାଇଛି। କେବଳ ଏତିକି ନୁହେଁ ଦୁହିଁଙ୍କ କଥାବାର୍ତ୍ତା, ରାଜନୈତିକ କାରବାରକୁ ବି ହାଇଲାଇଟ କରିଛି । ଏହା କେନ୍ଦ୍ର ସରକାରରେ ସଚିବଙ୍କ ନିଯୁକ୍ତି, କ୍ୟାବିନେଟରେ ପରିବର୍ତ୍ତନ, ପିଏମୋ ଏବଂ ସୂଚନା ଓ ପ୍ରସାରଣ ବିଭାଗର କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋକପାତ କରୁଛି। କିଛି ମାସ ହେଲା NBA ଅଭିଯୋଗ କରିଆସୁଥିଲା ଯେ ଜଣେ ଅଣNBA ସଦସ୍ୟ ବ୍ରଡକାଷ୍ଟର ବାର୍କର ଶୀର୍ଷ ପରିଚାଳନା ସହିତ ମିଶି  ରେଟିଂ ହେରଫେର୍ କରୁଛି। ତେବେ ବର୍ତ୍ତମାନ NBA ତା’ର ଅଭିଯୋଗ ସତ ପ୍ରମାଣିତ ହୋଇଥିବା କହିଛି।

NAB ଦାବି କରିଛି ଯେ ଯେପର୍ଯନ୍ତ ଏହି ମାମଲାର କୋର୍ଟ ଚୂଡ଼ାନ୍ତ ରାୟ ନ ଦେଇଛନ୍ତି ସେପର୍ଯ୍ୟନ୍ତ ରିପବ୍ଲିକ ଟିଭିର IBF ସଦସ୍ୟତାକୁ ରଦ୍ଧ କରାଯାଉ। NBAର କହିବା ମୁତାବକ ରିପବ୍ଲିକ୍ ଟିଭିର ରେଟିଂ ହେରଫେର୍ ଦ୍ୱାରା ପ୍ରସାରଣ ଶିଳ୍ପର ପ୍ରତିଷ୍ଠାର ହାନି ହୋଇଛି। ତେଣୁ କୋର୍ଟର ଆଦେଶ ନ ଆସିବା ପର୍ଯ୍ୟନ୍ତ ଏହି ସଂସ୍ଥାକୁ BARC ରେଟିଂ ସିଷ୍ଟମରୁ ଦୂରେଇ ରଖିବା ଉଚିତ୍।

Latest Posts

Don't Miss