ଶାହରୁଖ ଓ ସୈଫଙ୍କୁ Shut up କହିବାରୁ ନୀଲ ନିତୀନ ମୁକେଶଙ୍କ କ୍ୟାରିଅର ଲାଗିଥିଲା ଗ୍ରହଣ, ଭାଇରାଲ ହେଉଛି ପୁରୁଣା ଭିଡିଓ

Neil Nitin Mukesh carrier destroyed after saying shut up to khans

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବଲିଉଡରେ ଏକ ନୂଆ ବିବାଦ ସୃଷ୍ଟି କରିଛି । ସୁଶାନ୍ତଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ସେ ବହୁତ ପ୍ରଶଂସିତ ହୋଇଥିଲେ । ସୁଶାନ୍ତ ନିଜ କ୍ୟାରିୟରର ଏହି ପର୍ଯ୍ୟାୟରେ ମୃତ୍ୟୁକୁ କାହିଁକି ବାଛିଥିଲେ ଏନେଇ ଅନେକ ଲୋକେ ଉତ୍ତର ଖୋଜୁଛନ୍ତି ।  ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ନେପୋଟିଜିମର ‘ଲବି’ ନେଇ ବିତର୍କ ଆରମ୍ଭ ହୋଇଛି।

ସୁଶାନ୍ତଙ୍କ ନିଧନ ପରେ ବହୁ କଳାକାରଙ୍କ କ୍ୟାରିଅର ନଷ୍ଟ କରିବା ପଛରେ ବଲିଉଡର ଅନେକ ହାଇ ପ୍ରୋଫାଇଲ୍ ଲୋଙ୍କର ହାତ ଅଛି ବୋଲି କୁହାଯାଉଛି । କ୍ୟାରିଅର ନଷ୍ଟ ହେବା ପଛରେ ଅଭିନେତା ନୀଲ ନିତୀନ ମୁକେଶଙ୍କ ନାଁ ତାଲିକାରେ ଯୋଡା ଯାଇଛି । ନୀଲ ନିତୀନ ମୁକେଶଙ୍କ କ୍ୟାରିଅର ନଷ୍ଟ ହେବା ନେଇ ଦର୍ଶକ ଶାହାରୁଖ ଖାନ ଏବଂ ସୈଫ ଅଲୀ ଖାନ ଦାୟୀ ବୋଲି କହୁଛନ୍ତି ।

ଟୁଇଟରରେ #NeilNitinMukesh ଏବେ ଟ୍ରେଣ୍ଡିଂରେ ଅଛି । ଅନେକ ଲୋକ ଏକ ପୁରୁଣା ଭିଡିଓ ସେୟାର କରୁଛନ୍ତି । ବାସ୍ତବରେ ଏହି ଭିଡିଓରେ ଏକ ଆୱାର୍ଡ ଶୋ’ରେ ଶାହରୁଖ ଏବଂ ସୈଫ ନୀଲଙ୍କ ନାଁ ନେଇ ମଜା କରୁଥିବା ଦେଖିବାକୁ ମିଳୁଛି । ଶାହରୁଖ ଓ ସୈଫ ନୀଲଙ୍କୁ ତାଙ୍କ ନାଁର ଟାଇଟେଲ କଣ ବୋଲି ପଚାରି ଥଟାମଜା କରିଛନ୍ତି । ଏହା ପରେ ନୀଲ ତାଙ୍କୁ ଉତ୍ତରରେ କହିଥିଲେ ଯେ, ଏଭଳି ପ୍ରଶ୍ନ ତାଙ୍କୁ କୌଣସି ଅପମାନଠୁ କମ ଲାଗୁନାହିଁ । କାରଣ ତାଙ୍କ ବାପା ସେହି ଇଭେଣ୍ଟରେ ସାମିଲ ଥିଲେ । ସେଥିପାଇଁ ନୀଲ ଉଭୟ ସୈଫ ଓ ଶାହରୁଖଙ୍କୁ ଶଟ୍ ଅପ୍ କହୁଥି୍ବାର ମଧ୍ୟ ନଜର ଆସିଛି। ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

 

Leave a Reply