ନଭେମ୍ବରରେ ନେପାଳରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ

Nepal President Bidya Devi Bhandari Announces New Dates For Mid Term Elections

କାଠମାଣ୍ଡୁ: ନେପାଳରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବା ବେଳେ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି । ଏଥିସହ ଆଗାମୀ ନଭେମ୍ବରରେ ନେପାଳରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନେଇ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଘୋଷଣା କରିଛନ୍ତି  । ନେପାଳରେ ନଭେମ୍ବର ୧୨ରୁ ୧୯ ନଭେମ୍ବର ମଧ୍ୟରେ ନିର୍ବାଚନ ହେବ । ସରକାର ଗଠନ ନେଇ ଶେର୍ ବାହାଦୂର ଦେଉବା ଓ କେପି ଶର୍ମା ଓଲି ଉଭୟଙ୍କ ଦାବିକୁ ରାଷ୍ଟ୍ରପତି ଖାରଜ କରି ଦେଇଛନ୍ତି ।

Nepal President Bidya Devi Bhandari Announces New Dates For Mid Term Elections

ସାମ୍ବିଧାନିକ କ୍ଷମତା ଅନୁସାରେ ରାଷ୍ଟ୍ରପତି ସରକାର ଗଢ଼ିବା ଅବସ୍ଥା ନଥିବାରୁ ସଂସଦକୁ ଭଙ୍ଗ କରିଛନ୍ତି  । ଓଲି ସରକାର ସମୟରେ ଦ୍ୱିତୀୟଥର ପାଇଁ ସଂସଦକୁ ଭାଙ୍ଗି ଦିଆଯାଇଛି । ଦିନ ଯାକ ନାଟକୀୟ ଭାବେ ଓଲି ଓ ବିରୋଧୀ ମେଣ୍ଟ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ରାଜନୀତିକ ଦଳ ଭିତରେ ଥିବା ଅନ୍ତଃକନ୍ଦଳ ପାଇଁ ବିଳମ୍ବିତ ରାତିରେ ଉଭୟ ପକ୍ଷର ଦାବିକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରି ଦେଇଥିଲେ ।

Nepal President Bidya Devi Bhandari Announces New Dates For Mid Term Elections

ସରକାର ଗଠନ ଦାବି ଖାରଜ ପରେ ଅଧାରାତିରେ ହଠାତ୍ ଓଲି କ୍ୟାବିନେଟ୍ ବୈଠକ ଡାକିଥିଲେ । ଏବଂ ସଂସଦର ବିଲୟ ପାଇଁ ସୁପାରିସ୍ ସହ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନଭେମ୍ବରରେ କରିବାକୁ ନିଷ୍ପତ୍ତି ନେଇଥିଲେ ।

Leave a Reply