ବିଶ୍ୱାସ ଭୋଟରେ ଫେଲ୍ ନେପାଳ ପ୍ରଧାନମନ୍ତ୍ରୀ, ସଂସଦରେ ସାବ୍ୟସ୍ତ କରିପାରିଲେନି ବହୁମତ

1 min read

କାଠମାଣ୍ଡୁ: ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେଲେ ନେପାଳ ପ୍ରଧାନମନ୍ତ୍ରୀ । ନେପାଳ ସଂସଦରେ ଆଜି ହୋଇଥିବା ଆସ୍ଥା ଭୋଟରେ ହାରିଛନ୍ତି କେପି ଶର୍ମା ଓଲି । ନେପାଳ କମ୍ୟୁନିଷ୍ଟ ପାର୍ଟିରୁ ସମର୍ଥନ ହଟାଇ ନେଇଥିଲା ପ୍ରଚଣ୍ଡ ନୀତ ଦଳ । ପରେ ଦଳ କ୍ଷମତା ହରାଇବା ଏକ ପ୍ରକାର ଥୟ ହୋଇଥିଲା । କିନ୍ତୁ ନିଜ ପାଖରେ ବହୁମତ ରହିଥିବା ନେଇ ଗୃହରେ ଦାବି ରଖିଥିଲେ କେପି ଶର୍ମା ଓଲି । ପରବର୍ତ୍ତୀ ସମୟରେ ସଂସଦର ନିମ୍ନ ସଦନରେ ବହୁମତ ସାବସ୍ତ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ।

ଅପରାହ୍ନରେ ସଂସଦ ପକ୍ଷରୁ ଡକାଯାଇଥିଲା ଏକ ବୈଠକ । ବହୁମତ ସାବସ୍ତ୍ୟ କରିବାକୁ ଆବଶ୍ୟକୀୟ ୨୭୫ ଭୋଟ ପାଇବାରେ ବିଫଳ ହୋଇଥିଲେ ଓଲି । ସେପଟେ ଓଲିଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି ହ୍ୱିପ ଜାରି କରିବା ସହ ଓଲିଙ୍କ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଥିଲା । କିନ୍ତୁ ପ୍ରଚଣ୍ଡ ନୀତ ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ଦଳ ସତ୍ତା ହରାଇବା ସ୍ଥିତିକୁ ଆସିଯାଇଥିଲା । ପରବର୍ତ୍ତୀ ସମୟରେ ଭୋଟରେ ମଧ୍ୟ ତାହା ପ୍ରତିଫଳନ ହୋଇଛି ।

ଲଦାଖ ଘଟଣାକୁ ନେଇ ଭାରତ-ଚୀନ ଯେତେବେଳେ ମହାମୁହିଁ ହୁଅନ୍ତି । ସେହି ସମୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଚୀନକୁ ସମର୍ଥନ କରନ୍ତି । ଚୀନ ସପକ୍ଷରେ ଯୁକ୍ତି ବାଢନ୍ତି । ସେହିପରି ଭାରତର କିଛି ଅଞ୍ଚଳକୁ ନେପାଳ ମାନଚିତ୍ରରେ ସ୍ଥାନ ଦେଇ ନିଜର ବୋଲି ମିଥ୍ୟା ଯୁକ୍ତି ମଧ୍ୟ ବାଢନ୍ତି । ଓଲିଙ୍କ ଚାଇନା ପ୍ରେମକୁ ବିରୋଧ କରି ପ୍ରଥମେ ବିରୋଦ କରେ ସରକାରକୁ ସମର୍ଥନ କରୁଥିବା ପ୍ରଚଣ୍ଡ ନୀତ ଦଳ ।

ପରବର୍ତ୍ତୀ ସମୟରେ ପ୍ରଟଣ୍ଡ ନୀତଚ ଦଳ କେପି ଶର୍ମାଙ୍କ ଦଳରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ  । ଏବଂ କେ ପି ଶର୍ମାଙ୍କ ମନମୁଖୀ  ଶାସନରେ ଅତିଷ୍ଟ ହୋଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟ ସମର୍ଥନ ହଟାଇ ନେଇଥିଲେ  । ଫଳରେ ଦଳର ସିଟ ସଂଖ୍ୟା ୧୨୧ କୁ ଖସି ଆସିଥିଲା  । ବିପକ୍ଷ ଦଳ ଆସ୍ଥା ଭୋଟ ପାଇଁ ସଂସଦରେ ପ୍ରସ୍ତାବ ଦେବା ପରେ ଆଜି ଗୃହରେ ବିଶ୍ୱାସ ଭୋଟ ପଡିଥିଲା । ଏବଂ କେପି ଶର୍ମାଙ୍କ କମ୍ୟୁନିଷ୍ଟ ପାର୍ଟି ବହୁମତ ପାଇଁ ଆବଶ୍ୟକ ହେଉଥିବା ୨୭୫ ଭୋଟ ପାଇବାରେ ବିଫଳ ହୋଇଛନ୍ତି  ।

Leave a Reply