ନେପାଳରେ ଘରୋଇ ଯାତ୍ରୀବାହୀ ବିମାନ ନିଖୋଜ !

1 min read

କାଠମାଣ୍ଡୁ: ନେପାଳରେ ଘରୋଇ ଯାତ୍ରୀବାହୀ ବିମାନ ନିଖୋଜ ହୋଇଥିବା ସୂଚନା ମିଳିଛି । ତାରା ଏୟାର 9NAET ଟ୍ବିନ ଇଞ୍ଜିନ ବିମାନ ନିଖୋଜ ହୋଇଛି । ସକାଳ ପ୍ରାୟ ୧୦.୩୫ମିନିଟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନଟ୍ ପୋଖରାରୁ ଜମସମ ଯାଉଥିଲା ଏବଂ ଏହି ବିମାନରେ ୪ ଭାରତୀୟଙ୍କ ସମେତ ୨୨ ଯାତ୍ରୀ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ତାରା ଏୟାର ନାଇନ ଏନଏଇଟି ଟ୍ବିନ ଇଞ୍ଜିନ ଟୁରିଷ୍ଟ ବିମାନଟି ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମୁସ୍ତାଙ୍ଗ ଜିଲ୍ଲାର ଜମସମ ଆକାଶରେ ବିମାନ ଦେଖାଯାଇଥିଲା । ମାଉଣ୍ଟ ଧଉଳଗିରି ଅଭିମୁଖେ ଗଲା ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି । ନେପାଳରେ ନିଖୋଜ ବିମାନର ସନ୍ଧାନ ଲାଗି ନେପାଳ ସେନାର MI-17 ହେଲିକପ୍ଟର ନିୟୋଜିତ କରାଯାଇଥିବା ସେନା ମୁଖପାତ୍ର ନାରାୟଣ ସିଲଓ୍ବାଲ କହିଛନ୍ତି । ମୁସ୍ତାଙ୍ଗ ଅଞ୍ଚଳର ଲେଟେରେ ବିମାନଟି ଖସିପଡ଼ିଥିବା ଆଶଙ୍କା କରାଯାଉଛି ।