spot_img

Latest Posts

ନେପାଳରେ ଥମୁନି ରାଜନୈତିକ ଅସ୍ଥିରତା। ଜେନ ଜେଡ ଆନ୍ଦୋଳନକାରୀଙ୍କ ନୂଆ ଦାବି

ନନ୍ଦିଘୋଷ ବ୍ୟୁରୋ : ନେପାଳରେ ଥମୁନି ରାଜନୈତିକ ଅସ୍ଥିରତା। ଜେନ ଜେଡ ଆନ୍ଦୋଳନକାରୀଙ୍କ ନୂଆ ଦାବି। ସଂଗଠନ ଉପସ୍ଥାପିତ କରିଛି ନୂଆ ରାଜନୈତିକ ଓ ସାମାଜିକ ଦାବି। ଗତ ତିନି ଦଶନ୍ଧି ଧରି ରାଜନୀତିଜ୍ଞଙ୍କ ଦ୍ବାରା କରାଯାଇଥିବା ଲୁଟର ତଦନ୍ତ ଦାବି କରିଛି ସଂଗଠନ। ଏହା ସହ ପ୍ରଶାସନିକ ସଂସ୍କାର, ଚଳିତ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ବ୍ଯକ୍ତିମାନଙ୍କୁ ସହିଦ ଭାବେ ଆଖ୍ୟା ଦେବା,  ସେମାନଙ୍କ ପରିବାରକୁ ସହାୟତା, ନିଯୁକ୍ତି, ଅନ୍ୟଦେଶକୁ ଲୋକେ ଚାଲିଯାଉଥିବାରୁ ତାହାକୁ ରୋକିବା ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା ଲାଗି ଦାବି ହୋଇଛି।  ତେଣେ ନେପାଳରେ ଅସ୍ଥିରତା ପରେ ପଶ୍ଚିମବଙ୍ଗ ଦାର୍ଜିଲିଂସ୍ଥିତ ପେନିତାଙ୍କିରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ସେପଟେ ରାଜଧାନୀ କାଠମାଣ୍ଡୁରେ ଜାରି ରହିଛି କର୍ଫ୍ୟୁ। ଅପରାହ୍ନ ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି ନେପାଳର ସେନା। ସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ରହିଛି। ରାଜଧାନୀ କାଠମାଣ୍ଡୁରେ ପ୍ରବଳ ମାତ୍ରାରେ ସେନାର ଯବାନ ମୁତୟନ ହୋଇଛନ୍ତି।ପୂରା ନେପାଳରେ କର୍ଫ୍ୟୁ ଜାରି କରାଯାଇଛି। ଶାନ୍ତି ପ୍ରତିଷ୍ଠା ଲାଗି କର୍ଫ୍ୟୁ ଜାରି କରାଯାଇଥିବା କହିଛି ସେନା। ସେପଟେ ସ୍ଥିତି ଉପରେ ନଜର ରଖିଛି ଭାରତ। ଭାରତ ସୀମାନ୍ତରେ କ଼ଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନେପାଳରେ ରହୁଥିବା ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଡଭାଇଜାରୀ କରିଚି ଭାରତୀୟ ବୈଦେଶିକ ବିଭାଗ। ଗତକାଲି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେ.ପି ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ଶାସନ ଭାର ନିଜ ହାତକୁ ନେଇଛି ସେନା । ସେନା ମୁଖ୍ୟ ଦେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି ଯେ ଲୁଟପାଟ, ପୋଡ଼ାଜଳା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା ପାଇଁ ସେନା ଗତକାଲି ରାତି ୧୦ଟାରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନିଜ ହାତକୁ ନେଇଛି । ସେପଟେ  ସରକାର ଗଠନ ସମ୍ପର୍କରେ ରବି ଲାମିଛାନେ, ବାଲେନ୍ ଶାହ, ସେନା ମୁଖ୍ୟ ଅଶୋକ ରାଜ ସିଗଡେଲ ଏବଂ ପ୍ରଦର୍ଶନକାରୀଙ୍କ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ, ପୂର୍ବତନ ନେପାଳ ସୁପ୍ରିମକୋର୍ଟ ବିଚାରପତି ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନିଆଯାଉଥିବା ସୂଚନା ରହିଛି। ସୁଶୀଳା କାର୍କି ନେପାଳ ସୁପ୍ରିମକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଥିଲେ।

Latest Posts

Don't Miss