spot_img

Latest Posts

ଆଜି ନେତାଜୀଙ୍କ ୧୨୬ ତମ ପୁଣ୍ୟ ଜୟନ୍ତୀ, ଦେଶ ପାଳୁଛି ପରାକ୍ରମ ଦିବସ

ଭୁବନେଶ୍ୱର: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ପୁଣ୍ୟ ଜୟନ୍ତୀ। ଦେଶ ପାଳୁଛି ପରାକ୍ରମ ଦିବସ।୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ। ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା‘ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ।

କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ନେତାଜୀଙ୍କ ପିଲାବେଳ କଟିଥିଲା। ସୁବାଷ ବ୍ରିଟିଶ ସରକାରଙ୍କୁ ନିଜ ଦାମ୍ଭିକତାରେ ଚମକାଇ ଦେଇଥିଲେ। ସୁବାଷଙ୍କ କାଳଜୟୀ ଉଦଘୋଷଣା ‘ମତେ ରକ୍ତ ଦିଅ ମୁଁ ସ୍ଵାଧିନତା ଦେବି’ ଆଜିବି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ଉଜ୍ଜିବୀତ ହୋଇ ରହିଛି। ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ, ଦେଶଭକ୍ତ ଓ ଜଣେ ଅବିସ୍ମରଣୀୟ ଯୋଦ୍ଧାଭାବେ ନେତାଜୀ ଏ ଜାତିର ଚିର ନମସ୍ୟ।

ସୁବାଷ ବୋଷଙ୍କ ଜୟନ୍ତୀ ପାଳନ ପାଇଁ ଚଳଚଞ୍ଚଳ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ନେତାଜୀଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Latest Posts

Don't Miss