ରାଜ୍ୟରେ ଆଉ ୧୩୮ଟି ନୂଆ ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ୧୮ଟି ଜିଲ୍ଲାରୁ  ଚିହ୍ନଟ ହୋଇଛନ୍ତି ୧୩୮ ।  ୧୨୫ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ପଜିଟିଭ କେସ୍ ୨୯ଶହ ଟପିଛି । । ଏବେ ଯାଏଁ ରାଜ୍ୟରେ ୧୯୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।

୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୩୮ ଜଣ ପଜିଟିଭ୍‌ । କଟକରୁ ୧୫, ଗଂଜାମୃରୁ ୩୩, ଖୋର୍ଦ୍ଧାରୁ ୧୩ ମାମଲା, ସୁନ୍ଦରଗଡ଼-୧୨, ଭଦ୍ରକ-୧୧ ପଜିଟିଭ ଚିହ୍ନଟ । କେନ୍ଦୁଝର ଓ  କନ୍ଧମାଳରୁ ୧୦ଟି ଲେଖାଏଁ ମାମଲା । ଯାଜପୁର ଓ ମୟୂରଭଞ୍ଜରୁ ୬ ଟି ଲେଖାଏଁ ମାମଲା । ନୂଆପଡ଼ା, ଢେଙ୍କାନାଳ ଓ ନୟଗାଡ଼ରୁ ୩ ଟି ଲେଖାଏଁ ମାମାଲା । ସମ୍ବଲପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ରାୟଗଡ଼ାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ସୁଦ୍ଧା ୨୯୯୪ଟି କରୋନା ସଂକ୍ରମଣ ମାମଲା ରାଜ୍ୟରେ ଚିହ୍ନଟ ହୋଇଛି । ୧୮୯୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୧୦୮୯ ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ସେମାନଙ୍କୁ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Leave a Reply