ବିଡିଏର ପ୍ରତିଷ୍ଠା ଦିବସରେ ଭେଟି: ସହର ନୁହେଁ ଉପକଣ୍ଠରେ ତିଆରି ହେବ ନୂଆ ଭୁବନେଶ୍ୱର

1 min read

ବିଡିଏର ପ୍ରତିଷ୍ଠା ଦିବସରେ ଭେଟି । ସହର ନୁହେଁ ଉପକଣ୍ଠରେ ତିଆରି ହେବ ନୂଆ ଭୁବନେଶ୍ୱର । ୮ଶହ ଏକର ଜାଗାରେ ଗଢି ଉଠିବ ସହର । ସିଙ୍ଗାପୁର ଦୋଲେରା ସିଟି ଢାଞ୍ଚାରେ ହେବ ନିର୍ମାଣ । ମଳିପଡା, ଦାସପୁର, ଅନ୍ଧାରୁଆ, ଗୋଠପଟଣା ଭଳି ଅଞ୍ଚଳକୁ ନେଇ ହେଉଛି ନୂଆ ସହର । ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକ ରହିବା ପାଇଁ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ପେଡେଷ୍ଟ୍ରିୟାନଙ୍କ ପାଇଁ ଚାଲିବା ବ୍ୟବସ୍ଥା, ଓପନ ସ୍ପେସ, ଅର୍ଥନୀତିକ ଆକ୍ଟିଭିଟି ରହିବା ସହ ପ୍ରଦୂଷଣ ମୁକ୍ତ ନେଇ ବ୍ୟବସ୍ଥା ହୋଇଛି । ଏହାସହ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାର ଡିପିଆର ସିଙ୍ଗାପୁର ସରକାର ବନାଉଥିବାବେଳେ ଆବଶ୍ୟକ ଅର୍ଥ ମଧ୍ୟ ସେମାନଙ୍କୁ ଦିଆଯାଇଛି । ଗତବର୍ଷ ଘୋଷଣା ହୋଇଥିବା ବେଳେ ଏବେ ବି ଆଗେଇ ପରିନି ପ୍ଲାନ । ଚଳିତବର୍ଷ ସିଡିପିରେ ୫୬୯ ଗାଁ ବାଦ ଆହୁରି ୧୪୩ ଗାଁ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛି ବିଡିଏ । ଭୁବନେଶ୍ବର ରେଳୱେ ଷ୍ଟେସନକୁ ଏକ ପ୍ରମୁଖ ମଳ୍ଟିହବରେ ପରିଣତ କରିବା ପାଇଁ ଭୁବନେଶ୍ବର ଟାଉନ ସେଣ୍ଟର ପ୍ରକଳ୍ପକୁ ତ୍ବରାନ୍ବିତ କରାଯାଇଛି ।
କ୍ରୀଡାର ଇନ୍ନତି ପାଇଁ ୯୮ କୋଟି ଟଙ୍କା ଖର୍ଚ୍ଚରେ ଭୁବନେଶ୍ବରରେ ତିଆରି ହେବ ୨୦ ଫୁଟବଲ ପଡ଼ିଆ । କଳିଙ୍ଗ ବିହାର K-9 B ରେ ୫ କୋଟି ୫୦ ଲକ୍ଷ ଟଙ୍କାରେ ଖେଳ ପଡିଆ ଓ ପାର୍କର ଉଦଘାଟନ ହୋଇଛି । ଟିପି ସ୍କିମ ଧିମେଇ ଥିବାବେଳେ ଟିପି ୮ ର ଚିଠା କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ସୁଲଭ ଗୃହନିର୍ମାଣ ଯୋଜନାରେ ୬ଟି ପ୍ରକଳ୍ପ କାର୍ଯ୍ଯଧୀନ ରହିଛି । ସୁବୁଦ୍ଧିପୁର ଆବାସିକ ଫ୍ଳାଟ ଉପଭୋକ୍ତାଙ୍କୁ ବିକ୍ରୟ କରାଯିବ । ଚଳିତବର୍ଷ ୩୬ ଏକର ସରକାରୀ ଜାଗାକୁ ଜବରଦଖଲ ମୁକ୍ତ କରିଛି ବିଡିଏ । କ୍ଵାଡ୍ ସିଟି ପ୍ରୋଗ୍ରାମ ଜରିଆରେ ଭୁବନେଶ୍ଵର, ପୁରୀ, କଟକ, ପାରାଦୀପକୁ ମିଶାଇ ଇକୋନୋମିକ ଜୋନ୍ ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କେବଳ ଏହି ୪ଟି ସ୍ଥାନ ନୁହେଁ, ରାଜ୍ୟର ୪ ଦିଗରେ ଥିବା ପ୍ରମୁଖ ସହର, ଯେଉଁଗୁଡିକର ଅର୍ଥନୀତିରେ ପ୍ରମୁଖ ଯୋଗଦାନ ରହିଛି, ସେସବୁର ବିକାଶ କରାଯିବ ।