ରାଜ୍ୟରେ କମୁଛି କରୋନା ହେଲେ ଖୋର୍ଦ୍ଧା ଜିଲ୍ଲାରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ଦିନକରେ ୧୬୨୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୦ଜଣଙ୍କର ଜୀବନ ନେଇଛି କିଲର ଭାଇରସ୍ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ହଜାର ୨୦୪ ଜଣ କରୋନା ସଂକ୍ରମିତ। କ୍ୱାରେଣ୍ଟାଇନରୁ ୯୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୬୯୦। ତେବେ ସବୁଦିନ ଭଳି ଖୋର୍ଦ୍ଧାରୁ ସର୍ବାଧିକ ୫୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କଟକରୁ ୧୬୦, ଷ୍ଟେଟପୁଲରୁ ୧୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁରୀରୁ ୯୬, ବାଲେଶ୍ୱରରୁ ୯୩, ଯାଜପୁରରୁ ୮୪, ଭଦ୍ରକରୁ ୭୬, ଜଗତସିଂହପୁରରୁ ୬୭, ମୟୂରଭଞ୍ଜରୁ ୫୩, କେନ୍ଦ୍ରାପଡାରୁ ୪୭, ଅନୁଗୁଳରୁ ୪୪, ଢେଙ୍କାନାଳରୁ ୩୯, ନୟାଗଡ଼ରୁ ୩୮, କେନ୍ଦୁଝରରୁ ୪୭, କେନ୍ଦୁଝରରୁ ୨୯, ସୋନପୁର ଓ ସୁନ୍ଦରଗଡ଼ରୁ ୨୨ଜଣ ଲେଖାଏଁ, କନ୍ଧମାଳରୁ ୧୬, ସମ୍ବଲପୁରରୁ ୧୪, ରାୟଗଡ଼ାରୁ ୧୨, ବରଗଡରୁ ୧୧, ନୂଆପଡାରୁ ୧୦, ଦେବଗଡ଼ରୁ ୯, ଗଞ୍ଜାମରୁ ୮, ନବରଙ୍ଗପୁରରୁ ୬, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ମାଲକାନଗିରିରୁ ୫ଜଣ ଲେଖାଏଁ, କୋରାପୁଟରୁ ୪, ବୌଦ୍ଧ ଓ ଗଜପତିରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯ଲକ୍ଷ ୭୦ହଜାର ୮୧୪ । ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୪୭ହଜାର ୩୮୧। ଏବେ ରାଜ୍ୟରେ ମୋଟ ଆକ୍ଟିଭ କେସ୍ ୧୭ହଜାର ୭୪୬ ରହିଛି।

Leave a Reply