spot_img

Latest Posts

ନୂଆ ଅତିଥିଙ୍କ କୋଳାହଳ ଶବ୍ଦରେ ଫାଟି ପଡ଼ିବ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ନନ୍ଦନକାନନକୁ ଆସୁଛନ୍ତି ନୂଆ ଅତିଥି। କେନ୍ଦ୍ରୀୟ ଚିଡ଼ିଆ ଖାନା କର୍ତ୍ତୃପକ୍ଷଙ୍କ ଅନୁମତି ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଜୀବଜନ୍ତୁ ଆଣିବା ପାଇଁ ଯୋଜନା କରିଛନ୍ତି। ନନ୍ଦନକାନନରୁ ଅନ୍ୟ ଜୁ ଗୁଡ଼ିକୁ ଜୀବଜନ୍ତୁ ଅଦଳବଦଳ କରାଯିବ। ପାଟଣା ଜୁ.ରୁ ଗୋଟିଏ ଯୋଡ଼ା ଗଣ୍ଡା, ଗୋଟିଏ ଯୋଡ଼ା ଚିତା ବାଘ, ତିନି ଯୋଡ଼ା ଜେବ୍ରା, ୮ଟି ବିରଳ ଚିଙ୍କାରି  ଅଣାଯିବା ନେଇ ବ୍ୟବସ୍ଥା ହୋଇିଛି। ସେହିପରି ଜୟପୁର ଜୁରୁ ୫ଟି କ।ପୁଚିଁନ୍ ମାଙ୍କଡ଼ ସହ ଗୋଟିଏ ଘଡିଆଳ କୁମ୍ଭିର ଅଣାଯିବ। ଏଥି ସହିତ ଥାଇଲାଣ୍ଡରୁ ବିରଳ ଓ ବିଶ୍ୱର ସର୍ବ ବୃହତ କ୍ୟାପୀବାରା ମୂଷା ଆସିବେ। ତେବେ ନନ୍ଦନକାନନରେ ଦୀର୍ଘ ବର୍ଷ ହେବ ଗଣ୍ଡା, ଚିତା ବାଘ, ଜେବ୍ରା ଓ କ୍ୟାପି ବାରା ମୂଷା ନଥିଲା। ଏବେ ଏମାନେ ଆସିବା ପରେ ଖାଲି ଖୁଆଡ ପରିପୂର୍ଣ୍ଣ ହେବ। ତାହାସହ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କୁହାଯାଉଛି। ତେବେ ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ପ୍ରାଣୀ ଉଦ୍ୟାନ ବନ୍ଦ ରହିଛି। ଖୋଲିବା ପରେ ପର୍ଯ୍ୟଟକଙ୍କ ଆନନ୍ଦର ଖୋରାକ ଯୋଗାଇବ ନୂତନ ଜୀବଜନ୍ତୁ।

Latest Posts

Don't Miss