spot_img

Latest Posts

ବିନା କରୋନା ଟେଷ୍ଟରେ ଥଇଥାନ କେନ୍ଦ୍ରରେ ରହିପାରିବେ ନାହିଁ ଭିକାରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରୁ ୧୨୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଭିକାରୀ ମାନଙ୍କ କ୍ଷେତ୍ରରେ ନୂଆ ଗାଇଡ଼ ଲାଇନ ଜାରି କରାଯାଇଛି । ଏଣିକି ଭିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବିନା କରୋନା ଟେଷ୍ଟରେ ରହିବାକୁ ଅନୁମତି ମିଳିବନି । ନୂଆ ଅନ୍ତେବାସୀଙ୍କର ପ୍ରଥମେ କରୋନା ଟେଷ୍ଟ କରାଯିବ ଏବଂ ନେଗେଟିଭ ରିପୋର୍ଟ ଆସିଲେ ହିଁ ସେମାନଙ୍କୁ ରହିବାକୁ ଦିଆଯିବ।

କରୋନା ଟେଷ୍ଟ ରିପୋର୍ଟ ନଆସିବା ଯାଏ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଟ୍ରାନ୍‌ଜିଟ ହାଉସ କିମ୍ବା କୋଭିଡ୍ କେୟାର ହୋମ୍‌ରେ ରଖିବାର ବ୍ୟବସ୍ଥା କରିବେ। ଯେଉଁମାନଙ୍କ ପାଖରେ କରୋନା ନେଗେଟିଭ ସାର୍ଟିଫିକେଟ ଥିବା ବା ସଂଗରୋଧ ନିୟମ ପାଳନ କରିଥିବେ, ସେମାନଙ୍କୁ ରହିବାକୁ ଦିଆଯିବ। ଏନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ତେବେ ରାଜ୍ୟରେ ଚିନ୍ତା ବଢାଉଛି କରୋନା । ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିବା ବେଳେ ଏବେ ଦିନକରେ ୪୬୨ ସ୍ଥାନୀୟ ସଂକ୍ରମଣ ନିଦ ହଜାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୧୫ଜଣ । ଏମଧ୍ୟରୁ ୭୫୩ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୪୬୨ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

Latest Posts

Don't Miss