spot_img

Latest Posts

ଚର୍ଚ୍ଚାରେ ସର୍ବକନିଷ୍ଠ ଆଇଆଇସି ଅଧ୍ୟକ୍ଷ ଜୟ ଶାହ ; ବିଶ୍ୱ କ୍ରିକେଟ ଉପରେ ଏବେ କରିବେ ରାଜ୍

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇଆଇସି)ର ନୂଆ ଅଧ୍ୟକ୍ଷ ହୋଇଛନ୍ତି ଜୟ ଶାହ । ଶାହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଏବେ ଚର୍ଚ୍ଚାରେ ଶାହ । ଫଳରେ ୨୦୨୪ ଡିସେମ୍ବରରୁ ସେ କ୍ରିକେଟର ସର୍ବୋଚ୍ଚ ପରିଚାଳନା ପରିଷଦର ସମ୍ମାନଜନକ ଭୂମିକା ତୁଲାଇବେ  ।

ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ ଶାହ । ପୂର୍ବରୁ ଅଧ୍ୟକ୍ଷ ଥିବା ଗ୍ରେଗ୍ ବାର୍ସଲେ ତୃତୀୟ ଥର କାର୍ଯ୍ୟକାଳ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିବାପରେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ଆଇସିସି । 

ଏପରିକି ଆଇସିସିର ମୁଖ୍ୟ ପଦରେ ବସିବାରେ ଜୟ (୩୫ ବର୍ଷ) ସର୍ବକନିଷ୍ଠ  ଏବଂ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସେ ୫ମ ଭାରତୀୟ । ଏଥିପୂର୍ବରୁ ସେ ଆଇସିସିର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ସବ୍‌କମିଟିର ସଦସ୍ୟ ଥିଲେ। ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ ନିର୍ବାଚିତ ହେବା ପରେ  ଶାହ ବିଶ୍ବ ସଂଗଠନର ମୁଖ୍ୟ ପଦରେ ରହିଥିବା ଅନ୍ୟ ଭାରତୀୟ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍‌.  ଶ୍ରୀନିବାସନ ଓ ଶଶାଙ୍କ ମନୋହରଙ୍କ ସହିତ ସାମିଲ ହୋଇଛନ୍ତି।

କ୍ରିକେଟର ଲୋକପ୍ରିୟତା ଆହୁରି ବୃଦ୍ଧି ଓ ବିଶ୍ୱର ଅନ୍ୟ ସ୍ଥାନରେ କ୍ରିକେଟକୁ ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଶାହ । ବିଶେଷକରି ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ପୁଣି କମବ୍ୟାକ୍ କରୁଥିବାରୁ କ୍ରିକେଟର ଉନ୍ନତି ପାଇଁ ଏହା ବଡ଼ ଅବସର ହେବ ବୋଲି କୁହାଯାଉଛି । ଅକ୍ଟୋବର ୨୦୧୯ରୁ ବିସିସିଆଇର ସମ୍ପାଦକ ରହିଥିଲେ ଶାହ । ସେହିପରି ଜାନୁଆରୀ ୨୦୨୧ରୁ ଏସିଆନ କ୍ରିକେଟ କାଉନସିଲର ମଧ୍ୟ ଚେୟାରମ୍ୟାନ ରହିଥିଲେ ।

Latest Posts

Don't Miss