ଜୁନ୍‌ ୨୦ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ

1 min read
New marking scheme for CBSE Class 10, results out on June 20

ନୂଆଦିଲ୍ଲୀ: ଜୁନ୍‌ ୨୦ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ଗାଇଡଲାଇନ୍ ଜାରି କରିଛି ସିବିଏସଇ । ଗାଇଡଲାଇନ୍ ଅନୁସାରେ ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ କରାଯିବ । ସ୍କୁଲ୍ ପ୍ରିନ୍ସପାଲ୍ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଏହି କମିଟି ଗଠନ ହେବ । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର ରହିବେ ଏବଂ ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ ।

ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ । ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ନିର୍ଦ୍ଧାରଣ ହେବ । ଏହା ପରେ ଜୁନ୍ ୫ ସୁଦ୍ଧା CBSEକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । ଜୁନ୍ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ ।

କୋଭିଡ୍ ପାଇଁ ଗତ ମାସରେ ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । ଯଦି କୌଣସି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିବେ, ତା’ହେଲେ ସେ ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷା କୋଭିଡ୍ ସଂକ୍ରମଣ କମିବା ପରେ ହେବ ।

Leave a Reply