ରେଲଓ୍ବେର ବଡ଼ ଅଫର : ରିଟର୍ଣ୍ଣ ଟିକେଟ୍ ଉପରେ ଯାତ୍ରୀଙ୍କୁ ମିଳିବ ୨୦ ପ୍ରତିଶତ ଡିସକାଉଣ୍ଟ

ଭାରତୀୟ ରେଳବାଇ ତରଫରୁ ଯାତ୍ରୀଙ୍କ ପାଉଁ ଏକ ବଡ଼ ଅଫର ଘୋଷଣା କରାଯାଇଛି । ଏହି ଅଫର ପାଇଁ ଯାତ୍ରୀଙ୍କୁ ୨୦ ପ୍ରତିଶତ ରିହାତି ମିଳିବ । ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ଓ ପ୍ରତିକ୍ରିୟାକୁ ଆକଳନ କରିବା ପାଇଁ ଏହି ଯୋଜନା ଏକ୍ସପେରିମେଣ୍ଟ ଭିତ୍ତିରେ ଲାଗୁ କରାଯାଇଛି । ଉତ୍ସବ ସିଜିନରେ ଭିଡ଼କୁ ନିୟନ୍ତ୍ରଣ କରିବା ଓ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ’ରାଉଣ୍ଡ ଟ୍ରିପ ପ୍ୟାକେଜ’ ଘୋଷଣା କରାଯାଇଛି । ଏହି ସ୍କିମରେ ଯେଉଁ ଯାତ୍ରୀମାନେ ନିଜର ରିଟର୍ଣ୍ଣ ଯାତ୍ରା ଧାର୍ଯ୍ୟ ସମୟ ଭିତରେ ବୁକ କରିବେ, ସେମାନଙ୍କୁ ରିଟର୍ଣ୍ଣ ଟିକେଟର ବେସ ଭଡ଼ା ଉପରେ ୨୦ ପ୍ରତିଶତ ରିହାତି ମିଳିବ ।
ଅଗଷ୍ଟ ୧୪ ତାରିଖରୁ ଏହି ଯୋଜନାର ଶୁଭାରମ୍ଭ କରାଯିବ । ତେବେ ଏଥିପାଇଁ ଯାତ୍ରୀଙ୍କୁ ଅକ୍ଟୋବର ୧୩ ଓ ୨୬ ତାରିଖ ମଧ୍ୟରେ ଟିକେଟ୍ ବୁକ୍ କରିବାକୁ ପଡ଼ିବ । ଏହାପରେ ରିଟର୍ଣ୍ଣ ଜର୍ଣ୍ଣି ପାଇଁ ନଭେମ୍ବର ୧୭ ଓ ଡିସେମ୍ବର ୧ ତାରିଖ ମଧ୍ୟରେ ’କନେକ୍ଟିଙ୍ଗ ଜର୍ଣ୍ଣି ଫିଚର’ ବୁକ୍ କରିବାକୁ ପଡ଼ିବ । ତେବେ ଏହି ସ୍କିମର ରିହାତି ଯାତ୍ରୀମାନେ ସେତେବେଳେ ପାଇ ପାରିବେ, ଯେତେବେଳେ ଉଭୟ ପଟର ଟିକେଟ ଜଣେ ଯାତ୍ରୀଙ୍କ ନାମରେ କନଫର୍ମ ହେବ । ରିଟର୍ଣ୍ଣ ଟିକେଟର ବୁକିଂ ପାଇଁ ଆଡଭାନ୍ସ ରିଜର୍ଭେସନ ପିରିୟଡ ଲାଗୁ ହେବ ନାହିଁ । ରିଟର୍ଣ୍ଣ ଜର୍ଣିଂ ବେସ ଭଡ଼ା ଉପରେ କେବଳ ରିହାତି ଦିଆଯିବ । ଏହାକୁ ଏବେ ଏକ୍ସପେରିମେଣ୍ଟ ବେସିସରେ ଲାଗୁ କରାଯାଇଥିବା ରେଲଓ୍ବେ ପକ୍ଷରୁ କୁହାଯାଇଛି ।