IPL ଅପଡେଟ, ପୁଣି ଆରମ୍ଭ ହେବାକୁ ଯାଉଛି ମ୍ୟାଚ୍
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ଉତ୍ତେଜନା ଯୋଗୁ ସ୍ଥଗିତ ଥିବା IPL ୨୦୨୫ ପୁଣି ଆରମ୍ଭ ହେବାକୁ ଯାଉଛି । ମ୍ୟାଚ୍ ପୁଣି ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ କରିଛି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ । ଏବେ ମ୍ୟାଚ୍ କେବଳ ଦକ୍ଷିଣ ଭାରତରେ ନୁହେଁ ସାରା ଦେଶରେ ହେବ । ଏ ନେଇ ନୂଆ ତାରିଖ ପୁଣି ଘୋଷଣା କରାଯିବ ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତ ପାକିସ୍ତାନ ଯୁଦ୍ଧ ବନ୍ଦ ହୋଇଯାଇଛି । ତେଣୁ ଏବେ ମ୍ୟାଚ୍ ପୂରା ଦେଶରେ ଅନୁଷ୍ଠିତ ହୋଇପାରିବ । ପୂର୍ବରୁ ବିସିସିଆଇ ବାକି ମ୍ୟାଚ୍ ପାଇଁ ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦକୁ ଚୟନ କରିଥିଲା ।
ଏବେ ବିସିସିଆଇର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ହେବାକୁ ଯାଉଛି । ଯେଉଁଥିରେ ପୁଣି ଆଇପିଏଲ ଆରମ୍ଭ ନେଇ ନିଷ୍ପତ୍ତି ନିଆଯିବ । କିଛି ଖେଳାଳି ନିଜ ଦେଶକୁ ଫେରି ଯାଇଛନ୍ତି । ଏ ନେଇ ପ୍ରଶଂସକମାନେ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ । ଏହି ଦୁଇ ଦିନ ଭିତରେ ବୈଠକ ହେବାକୁ ଯାଉଛି ଯେଉଁଥିରେ ମ୍ୟାଚ୍ ନେଇ ନିଷ୍ପତ୍ତି ନିଆଯାଇପାରେ ।