ସାଇବର କ୍ରାଇମ ରୋକିବାକୁ ନୂଆ ଯୋଜନା

1 min read

ନନ୍ଦିଘୋଷ ବ୍ୟୁରୋ: ସାବାଡ଼ ହେବେ ଅଦୃଶ୍ଯ ଠକ । ସାଇବର କ୍ରାଇମ ରୋକିବାକୁ ନୂଆ ଯୋଜନା । NCRP ସହ ଯୋଡ଼ିହେବ ବ୍ୟାଙ୍କ ର APR ସିଷ୍ଟମ । ଟଙ୍କା ଠକିବାକୁ ଚେଷ୍ଟାକଲେ ବ୍ଯାଙ୍କକୁ ଆସିବା ସୂଚନା । ଅନଲାଇନ ବ୍ୟାଙ୍କ ଠକେଇ ରୋକିବାକୁ ପ୍ରସ୍ତୁତ ହେଉଛି ନୂଆ ଯୋଜନା । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା NCRP ନ୍ଯାସନାଲ ସାଇବରକ୍ରାଇମ ରୋପୋର୍ଟିଂ ପୋର୍ଟାଲ ସହିତ ବ୍ୟାଙ୍କ ଗୁଡିକର APR ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସକୁ ଯୋଡିବାକୁ ପ୍ରସ୍ତାବ । ଯୋଜନା କାଯ୍ୟକାରୀ ହେଲେ ବ୍ୟାଙ୍କ କର୍ମଚାରୀଙ୍କ ବିନା ହସ୍ତକ୍ଷେପରେ ଫ୍ରିଜ ହୋଇଯିବ ସାଇବର ଠକଙ୍କ ଆକାଉଣ୍ଟ । ଏକ ସଙ୍ଗେ ସବୁ ବ୍ୟାଙ୍କକୁ ଯିବ ଠକେଇର ସୂଚନା । ଠକେଇ ପାଇଁ ବ୍ୟାଙ୍କର ସାହାରା ନେଉଛନ୍ତି ଲୁଟେରା । ଠକେଇ ପରେ ସେମାନେ ମୂଳ ଆକାଉଣ୍ଟରୁ ସମସ୍ତ ଟଙ୍କା ଏକାଧିକ ଆକାଉଣ୍ଟକୁ ପଠାଇ ଦେଉଛନ୍ତି । ଏହି ବ୍ଯବସ୍ଥା ଲାଗୁ ହେଲେ ଏଥିରେ ଲାଗିବ ଲଗାମ ।

ଅଧିକାଂଶ ସାଇବର ଠକେଇ ଅନଲାଇନରେ ବ୍ୟାଙ୍କ ମାଧ୍ୟରେ ହେଉଛି । ଅପରାଧର ଶିକାର ହୋଇଥିବା ବ୍ୟକ୍ତିର ଲିଖିତ ଏତଲା ନେଇ ତଦନ୍ତ ଆରମ୍ଭ କରିବା ବେଳକୁ ଅପରାଧୀ ଠକେଇ ଟଙ୍କାକୁ ଭିନ୍ନ ଭିନ୍ନ କାଉଣ୍ଟକୁ ଟ୍ରାନ୍ସଫର କରି ନେଉଛନ୍ତି । ଫଳରେ ଅପରାଧୀକୁ ଧରିବା ସମ୍ଭବ ହୋଇପାରୁ ନାହିଁ । ଏହାଦ୍ବାର ତଦନ୍ତ ପକ୍ରିୟା ସହଜ ହେବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।