ସରୁଛି ୨୦୨୩, ନୂଆବର୍ଷକୁ ସ୍ବାଗତ ପାଇଁ ସବୁଠି ଚାଲିଛି ସେଲିବ୍ରେସନ୍

ବାଲେଶ୍ବର: ଆସିଛି ନୂଆବର୍ଷ  । ସବୁ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ । ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସ୍ବାଗତ ପାଇଁ ସୁବଠି ସେଲିବ୍ରସନ । କୋଣାର୍କ  ସୂର୍ଯ୍ୟ ମନ୍ଦିର, ମା ରାମଚଣ୍ଡୀ ପୀଠ, ଚନ୍ଦ୍ରଭାଗରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ଏହାସହ ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ସେହିଭଳି ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵରରେ ବି ଖଚାଖଚ ଭିଡ଼ ଦେଖବାକୁ ମିଳିଛି ।

ଆସିଛ ପର୍ଯ୍ୟଟନ ଋତୁ । ସବୁଠି ନବବର୍ଷର ଉତ୍ସାହ ଉଦ୍ଦୀପନା । ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ମାହୋଲ । ବ୍ୟସ୍ତମୟ ଜୀବନରୁ ଫୁରସତ ନେଇ ସମସ୍ତେ ବାହାରି ପଡିଛନ୍ତି ଟୁରିଷ୍ଟ ପ୍ଲେସ । ପ୍ରାକୃତିକ ପରିବେଶ ସହ ବିଭିନ୍ନ ଦେବାଳୟରେ ଜମିଛି ଭିଡ଼ । ବଣ ଭୋଜି ସାଙ୍ଗକୁ ବୁଲାବୁଲିର ମଜା ଉଠାଉଛନ୍ତି ପର୍ଯ୍ୟଟକ । କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ କାହିଁ କେତେ ଦୂରରୁ ଆସିଛନ୍ତି ଲୋକ । ତା ସହ ଚନ୍ଦ୍ରଭାଗା ସମୂଦ୍ର ରେ ଗାଧେଇବାର ମଜାନେବା ସହ ରାମଚଣ୍ଡୀ ନଦୀରେ ବୋଟିଙ୍ଗ କରି ମାଆ ରାମଚଣ୍ଡୀଙ୍କ ଦଶନ କରୁଛନ୍ତି ପର୍ଯ୍ୟଟକ । ଏହା ସହ ଘଞ୍ଚ ଝାଉଁ ଅରଣ୍ୟ ମଧ୍ୟରେ ବଣ ଭୋଜିର ମଜା ନିଆରା ।

ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ରାଜ୍ୟ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସି ଉଦୟପୁର ବେଳାଭୂମିର ମନରୋମ ଦୃଶ୍ୟକୁ ଉପଭୋଗ କରୁଛନ୍ତି । ସେହିଭଳି ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵରରେ ବି ଖଚାଖଚ ଭିଡ଼ ଦେଖବାକୁ ମିଳିଛି । ଭକ୍ତ ମାନେ ବାବାଙ୍କୁ ଦର୍ଶନ କରିବା ସହ ପାହାଡ଼ ନିକଟରେ ବଣ ଭୋଜି କରି ମଜା ନେଉଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥାନୀୟ ଟ୍ରଷ୍ଟବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।