spot_img

Latest Posts

ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପାଇଁ ଭୋଟିଂ ହେବ

ଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମେୟର ନିର୍ବାଚନ ପାଇଁ ଭୋଟିଂ ହେବ । ଫେବୃଆରୀ ୨୨ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରସ୍ତାବ ଦେଇଥିଲେ । ଏହାକୁ ଉପ ରାଜ୍ୟପାଳ ଭିକେ ସକ୍ସେନା ମାନି ନେଇଛନ୍ତି । ଆଜି ଦିନ ୧୧ଟାରେ ଏମସିଡି ସଦନରେ ନବ ନିର୍ବାଚିତ ସଦସ୍ୟମାନେ ମେୟର ନିର୍ବାଚନ ପାଇଁ ଭୋଟ ଦେବେ । ଅଢ଼େଇ ମାସ ହେଲା ଏମସିଡିକୁ ନୂଆ ସଦସ୍ୟମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ଏଯାଏ ମେୟର ପଦ ପୂରଣ ହୋଇପାରିନି। ଉପ ରାଜ୍ୟପାଳ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ଭୋଟ ଦେବାର ଅଧିକାର ଦେଇଥିବାରୁ ଏହାକୁ ଆପ୍‌ ସଦସ୍ୟମାନେ ବିରୋଧ କରିଥିଲେ । ଏଥିପାଇଁ ମେୟର ନିର୍ବାଚନ ବାରମ୍ବାର ସ୍ଥଗିତ ହେଉଥିଲା । ଶୁକ୍ରବାର ସୁପ୍ରିମକୋର୍ଟ ତୁରନ୍ତ ମେୟର ନିର୍ବାଚନ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଉପ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟରେ ଆପ୍‌ର ଏହି ବଡ଼ ବିଜୟ ପରେ ଆଜି ମେୟର ନିର୍ବାଚନ ପାଇଁ ଭୋଟିଂ ହେବ । ମେୟର ନିର୍ବାଚନ ଶେଷ ହେବା ପରେ ଡେପୁଟି ମେୟର ଓ ୬ ଜଣିଆ ଷ୍ଟାଣ୍ଡିଂ କମିଟି ପାଇଁ ଭୋଟ ହେବ । ଆଜି ହିଁ ସବୁ ପଦଗୁଡ଼ିକର ନିର୍ବାଚନ ଶେଷ ହେବ ।

Latest Posts

Don't Miss