ଶାଶୂ-ଶଶ୍ୱୁରଙ୍କ ଆଶୀର୍ବାଦ ନେଲେ ବର୍ଷା

1 min read

ଭୁବନେଶ୍ୱର: ଶାଶୂ ଘରକୁ ଫେରିଛନ୍ତି ପଦମପୁରର ନବ ନିର୍ବାଚିତା ବିଧାୟିକା ବର୍ଷା ସିଂ ବରିହା  । ଶାଶୂ ଘରେ ଆନନ୍ଦ- ଉଲ୍ଲାସ  । ଖୁସିରେ ଗଦ ଗଦ ଶଶ୍ୱୁର ତଥା ପୂର୍ବତନ ବିଧାୟକ, ବର୍ତ୍ତମାନର ବିଜେପି ଉପସଭାପତି ରମା ରଞ୍ଜନ ବଳିଆରସିଂ  । ବୋହୂ ବର୍ଷାଙ୍କୁ ନେଇ ସେ ଯେତିକି ଖୁସି, ନିଜ ଦଳର ନେତାଙ୍କ ମିଥ୍ୟା ରାଜନୈତିକ ଆରୋପ ଯୋଗୁଁ ସେ ସେତିକି ଦୁଃଖି  । ନିଜ ଦଳର ନେତା ତାଙ୍କ ବୋହୂଙ୍କୁ ଯେଭଳି ମିଥ୍ୟା ଲାଞ୍ଛନା ଦେଇଛନ୍ତି, ତାହା ତାଙ୍କୁ ନିରୁତ୍ସାହିତ ଏବଂ କଷ୍ଟ ଦେଇଥିବା ପ୍ରତିକ୍ରିୟାରେ ମତ ପ୍ରକାଶ କରିଛନ୍ତି ରମା ରଞ୍ଜନ ବଳିୟାରସିଂ  ।

ସେ କହିଛନ୍ତି, ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁଯୋଗ୍ୟା କନ୍ୟା ବର୍ଷା ସିଂ ବରିହା ଆମ ଘରକୁ ୬ମାସ ତଳେ ବୋହୂ ସାଜି ଆସିଥିଲେ  । ତାସଙ୍କ ସ୍ୱର୍ଗତ ପିତା ବିଜୟ ସିଂ ବରିହା କନ୍ୟାଦାନ କରିଥିଲେ  । ସେ ଅତ୍ୟେନ୍ତ ଭଦ୍ର, ନମ୍ର ଓ ଜଣେ ଉଚ୍ଚ କୋଟୀର ମଣିଷ  । ତାଙ୍କ କନ୍ୟା ତଥା ମୋ ଘରର ବୋହୂ ମଧ୍ୟ ସର୍ବଗୁଣା ସମ୍ପନ୍ନା   । ସେ ଯେତେବେଳେ ବୋହୂ ରୂପେ ମୋ ଘରେ ପାଦ ରଖିଥିଲେ, ସେତେବେଳେ କାହାକୁ ମଧ୍ୟ ଜଣା ନଥିଲା ଯେ ଦିନେ ଏ ବିଧାୟିକା ହେବେ ବୋଲି  । ଆଜି ଶ୍ୱଶୁର ଭାବେ ମୁଁ ଗର୍ବିତ  । ମୋ ଘରର ବହୂ ପଦମପୁରର ବିଧାୟିକା  ବୋଲି ଖୁସି ବ୍ୟକ୍ତ କରି କହିଛନ୍ତି ରମାରଞ୍ଜନ  ।

ବର୍ଷା ଖୁବଲ କମ ଦିନରେ ସମସ୍ତଙ୍କୁ ନିଜର କରିପାରିଛି  । ସେ ସକ୍ଷମତା ତା ପାଖରେ ରହିଥିଲା  । ଆଶା ମଧ୍ୟ ଥିଲା, ନିର୍ବାଚନରେ ପଦମପୁର ବାସୀଙ୍କ ହୃଦକୁ ସେ ନିଜର କରିପାରିବ  । ଶେଷରେ ସେୟା ହିଁ ହେଲା  । ପଦମପୁରବାସୀ ତା ପ୍ରତି ଅକୁଣ୍ଠ ଆଶୀର୍ବାଦ ଓଜାଡି ଦେଲେ  । ସେ ହି ଆଶାର୍ବାଦ ବଳରେ ସେ ବଳିୟାନ ହେବ  । ଲୋକଙ୍କ କାର୍ଯ୍ୟ କରିବା ବୋଲି କହିଛନ୍ତି ରମା ରଞ୍ଜନ ବଳିୟାରସିଂ  । ପଦମପୁର ଇପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ବର୍ଷା ସିଂ ବରିହା  । ଡିସେମ୍ବର ୮ ତାରିଖରେ ଆସିଥିଲା ନିର୍ବାଚନୀ ଫଳ  । ଯେଉଁଥିରେ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିର୍ଷା  । ଆଜି ଭୁବନେଶ୍ୱର ସ୍ଥିତ ଶାଶୂଘରକୁ ଆସି ଶାଶୂ- ଶଶ୍ୱୁରଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା  ।