ଶାଶୂଘର ଲୋକେ ବିଭିନ୍ନ ସମୟରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ…

ରାଉରକେଲା: ନବବଧୂଙ୍କୁ ଯୌତୁକ ପାଇଁ ହତ୍ୟା ଅଭିଯୋଗ । ଯୌତୁକ ପରେ ମଧ୍ୟ ଅଧିକ ଡିମାଣ୍ଡ କରୁଥିଲେ ଶାଶୂଘର ଲୋକେ । ଟଙ୍କା ନଦେବାରୁ ପ୍ରଥମେ ନିଷ୍ଠୁର ଭାବେ ଅତ୍ୟାଚାର ଏବଂ ପରେ ହତ୍ୟା ।  ଏଭଳି ସାଙ୍ଘତିକ ଅଭିଯୋଗ କରିଛନ୍ତି ଝିଅର ଘର ଲୋକେ । ରାଉରକେଲା ବାଲୁଘାଟ ବସ୍ତିରୁ ଆସିଛି ଏଭଳି ଅଭିଯୋଗ ।

ବାଲୁଘାଟ ବସ୍ତିରେ ରହୁଥିବା ରାଜଲଷ୍ମୀ ସାହୁ ପ୍ରଧାନପାଲିର ସନ୍ଦିପ ଦେବତାଙ୍କୁ ଗତ ଜୁନ ମାସ ୨୯ ତାରିଖ ବିବାହ କରିଥିଲେ । ବିବାହ ସମୟରେ ନଗଦ ତିନି ଲକ୍ଷ ଟଙ୍କା ସାଙ୍ଗକୁ ସୁନା ଓ ଅନ୍ୟ ଆସବାବପତ୍ର ରାଜଲଷ୍ମୀଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା । ହେଲେ ପରେ ପୁଣି ଅଧିକ ଯୌତୁକ ଟଙ୍କା ଦାବିକରି ଶାଶୂଘର ଲୋକେ ବିଭିନ୍ନ ସମୟରେ ରାଜଲକ୍ଷ୍ମୀ ଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ।

ଏବେ ସମସ୍ତେ ମିଶି ରାଜଲକ୍ଷ୍ମୀଙ୍କୁ ହତ୍ୟା କରି ଘରେ ଟାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ । ଏନେଇ ଛେଣ୍ଡ ଥାନାରେ ଅଭିଯୋଗ ପରେ ପୋଲିସ ମୃତଦେହକୁ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ମହିଳାଙ୍କ ସ୍ୱାମୀ ସନ୍ଦିପ ଦେବତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ କରିଛନ୍ତି ପୋଲିସ ।

Leave a Reply