ଚତୁର୍ଥୀ ପୂର୍ବରୁ ସୁନାଗହଣା ଓ ଟଙ୍କା ନେଇ ସ୍ତ୍ରୀ ଫେରାର, ସ୍ତ୍ରୀକୁ ଖୋଜୁଛି ନବବିବାହିତ ସ୍ବାମୀ

ଭୁବନେଶ୍ୱର: ଚତୁର୍ଥୀ ପୂର୍ବରୁ ସ୍ତ୍ରୀ ଫେରାର । ଭୁଲ୍ ତାର ଭୋଗୁଛି ମୁଁ । ସ୍ତ୍ରୀକୁ ଖୋଜୁଛି ନବବିବାହିତ ସ୍ବାମୀ । ସ୍ତ୍ରୀ ଘରୁ ଗଲା ବେଳେ ୩୦ ହଜାର ଟଙ୍କା ଓ ସୁନା ଗହଣା ନେଇଯାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ । ଏଭିଳି ଏକ ଘଟଣା ଘଟିଛି ଭୁବନେଶ୍ବର ଖଣ୍ଡଗିରି ଅଂଚଳରେ । ଥାନାରେ ଅଭିଯୋଗ କରିଛନ୍ତି ଖଣ୍ଡଗିରି ଅଂଚଳର ସମୀର ମୁଦୁଲି । ତାଙ୍କ ଅଭିଯୋଗ ଅନୁସାରେ, ଫେରାର ଥିବା ପତ୍ନୀଙ୍କ ସହ କଲେଜ ଦେଖାରେ ପ୍ରେମ ହୋଇଥିଲା । 6 ବର୍ଷର ପ୍ରେମ ସମ୍ପର୍କ ଥିଲା । ପରେ ପ୍ରେମିକାଙ୍କୁ ଉଠାଇନେଇ ଵିଵାହ କରିଥିଲେ ।

ଯୁବତୀଙ୍କ ଘର ଲୋକ ଅଭିଯୋଗ ପରେ ଥାନାରେ ମାମଲା ହୋଇଥିଲା । ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଉଦ୍ଧାର କରି ସ୍ବାଧର ଗୃହକୁ ପଠାଯାଇଥିଲା । କିଛି ଦିନ ପରେ ପରିବାର ଲୋକ ସହମତି ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠାନ ଆମଫୋଇରେ ହୋଇଥିଲା ଵିବାହ । ବିବାହ ସରିବା ପରେ ରିସ୍ପେସନ ପାର୍ଟି ପାଇଁ ସବୁ ପ୍ରସ୍ତୁତି ସରିଥିଲା । ୨ ତାରିଖରେ ଥିଲା ଚତୁର୍ଥୀ । ହେଲେ ୧ ତାରିଖରେ ପୁରୁଷ ବନ୍ଧୁଙ୍କ ସହିତ ଫେରାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଖଣ୍ଡଗିରି ଅଂଚଳର ସମୀର ମୁଦୁଲି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।