ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ

1 min read

ଭୁବନେଶ୍ୱର: ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ। କଳିଙ୍ଗ ବିହାର କେ-୯ରେ ରହୁଥିବା ସୁଶ୍ରୀ ସଙ୍ଗୀତା ବସ୍ତିଆଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା କରାଯାଇଥିବା ସୁଶ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ,  ସୁଶ୍ରୀ ଖଣ୍ଡଗିରି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । କଳିଙ୍ଗ ବିହାରରେ ସ୍ବାମୀ, ଶାଶୂ, ଶ୍ବଶୁର ଓ ନଣନ୍ଦଙ୍କ ସହ ରହୁଥିଲେ । ଗତକାଲି ରାତିରେ ସେ ଘର ଭିତର ପଟୁ କବାଟ ଦେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୂ କହିଛନ୍ତି । ଘର ଲୋକେ କବାଟ ଭାଙ୍ଗି ତାଙ୍କୁ ଏମ୍ସକୁ ନେଇଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ସୁଶ୍ରୀଙ୍କୁ ତାଙ୍କ ଶଶୂଘର ଲୋକେ ହତ୍ୟା କରିଥିବା ବାପଘର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।