ଜାମ୍ମୁ-କାଶ୍ମୀରରେ NIAର ବଡ଼ ଆକ୍ସନ, ଟେରର ଫଣ୍ଡିଂ ଓ ଆତଙ୍କୀ ଲିଙ୍କ ସନ୍ଦେହରେ ମାରାଥନ ରେଡ୍

1 min read

 

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ-କାଶ୍ମୀରରେ NIAର ବଡ଼ ଆକ୍ସନ । ଟେରର ଫଣ୍ଡିଂ ଓ ଆତଙ୍କୀ ଲିଙ୍କ ସନ୍ଦେହରେ ଆଜି ସକାଳୁ ମାରାଥନ ରେଡ୍ । ସୋପିଆନ, କୁଲଗାମ ଓ କୁପଓ୍ବାଡା ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଏନଆଇଏ ଟିମ୍ । ପାକିସ୍ତାନୀ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଓ ଉପତ୍ୟକାରେ ଅଶାନ୍ତି ପାଇଁ ଷଡଯନ୍ତ୍ରରେ ସମ୍ପୃକ୍ତି ସନ୍ଦେହରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଚଢ଼ାଉ କରୁଛି । ତିନି ଜିଲ୍ଲାର ୮ଟି ସ୍ଥାନରେ ରେଡ୍ ଜାରି ରହିଛି । ଆତଙ୍କୀ କ୍ୟାଡର ଓ ଓଭରଗ୍ରାଉଣ୍ଡ ଓ୍ବର୍କର୍ସଙ୍କ ଘର ଅଫିସରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୋପୋରେଠାରେ ସୁରକ୍ଷାକର୍ମୀମାନେ ଲସ୍କର-ଏ-ତୋଏବାର ଦୁଇଜଣ ଓଭରଗ୍ରାଉଣ୍ଡ ଓ୍ବାର୍କର୍ସଙ୍କୁ ଗିରଫ କରିବା ସହ ଗ୍ରେନେଡ, ୮ରାଉଣ୍ଡ ପିସ୍ତଲ ଜବତ କରିଛି ।