୯ ପ୍ରସ୍ତାବକୁ କ୍ୟାବିନେଟର ମୋହର, ନୂଆ ବର୍ଷରେ ଶିକ୍ଷକଙ୍କୁ ଗିଫ୍ଟ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛି । ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦିଆଯିବ । ଉପକୃତ ହେବେ ୧ ଲକ୍ଷ ୯୦ ପରିବାରର ୮ ଲକ୍ଷ ୫୮ ହଜାର ଲୋକ । ୫ ମହାନଗର ନିଗମରେ ୯୩୮ଟି ବସ୍ତି ରହିଛି । ୬ ମାସ ଭିତରେ ଶେଷ ହେବ ଜମି ଯୋଗାଣ । ଲ୍ୟାଣ୍ଡ ରାଇଟ୍ସକୁ ଆକ୍ଟ ଅନୁସାରେ ମିଳିବ ଜମି । ପୃଥିବୀର ସବୁଠୁ ବଡ଼ କାର୍ଯ୍ୟକ୍ରମ ହେଉଛି ଜାଗା ମିଶନ । ବର୍ଷର ଶେଷ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ ଦେଇଛି ।

ଗ୍ରାଣ୍ଟ ଇନ ଏଡ ଶିକ୍ଷକଙ୍କୁ ୭ମ ବେତନ କମିଶନ ଅନୁଯାୟୀ ଦରମା ମିଳିବା ନେଇ ମୋହର ମରାଯାଇଛି  । ସେହି୍ପରି ଲାବରେଟୋରି ଟେକ୍ନିସିଆନ୍, ଲାଇବ୍ରିରିଆନ ପିଇଟି ନିଯୁକ୍ତି ଆକ୍ଟରେ ସଂଶୋଧନ କରାଯାଇଛି । ଏମାନଙ୍କୁ ଷ୍ଟାଫ ସିଲେକସନ୍ ବୋର୍ଡ ଜରିଆରେ ନିଯୁକ୍ତି ମିଳୁଥିବାବେଳେ ଏଣିକି ଉଚ୍ଚଶିକ୍ଷାର ସିଲେକସନ୍ ବୋର୍ଡ ଜରିଆରେ ନିଯୁକ୍ତି ମିଳିବ । ଫଳରେ ସରକାରୀ କଲେଜ ଗୁଡିକରେ ଆଗକୁ ଲାବ ଟେକ୍ନିସିଆନ୍, ଲାଇବ୍ରେରୀଆନ, ପିଇଟିଙ୍କ ନିଯୁକ୍ତି ସହଜ ହୋଇପାରିବ ।

ଏହା ସହ ହାଉସିଂବୋର୍ଡ ବିଡିଏ ଲ୍ୟାଣ୍ଡ ପ୍ୟାନେଲ ଅର୍ଥକୁ ସରକାର ଛାଡ କରିଛନ୍ତି । ସେହିପରି ପଞ୍ଚାୟତ ଆଇନ୍ , ପଞ୍ଚାୟତ ସମିତି ଆଇନ୍, ଜିଲ୍ଲା ପରିଷଦ ଆଇନର ସଂଶୋଧନ ଉପରେ ମୋହର ବାଜିଛି ।  ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଭୁଲ ସତ୍ୟପାଠ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରପଞ୍ଚଙ୍କୁ ଅଧିକ ଦାୟିତ୍ବ ମିଳିବା ନେଇ ନିଷ୍ପତ୍ତି ହୋଇଛି । ଗ୍ରାମୀଣ ବିକାଶରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ବିଭାଗର ରିଷ୍ଟ୍ରକଚରିଂ ପ୍ରସ୍ତାବ କୁ ଅନୁମତି ମିଳିଛି ।  ସେହିପରି ରାୟଗଡ଼ାଠାରେ ନୂଆ ରୁରାଲ ସର୍କଲ ପ୍ରତିଷ୍ଠା ହେବ । ଉଦଳା, ବାଂଶପାଳ, ବଣାଇରେ ତିନିଟି ରୁରାଲ ୱାର୍କ ଡିଭିଜନ ସ୍ଥାପନ ହେବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ସମସ୍ତ ୩୧୪ ବ୍ଲକରେ ରୁରାଲ ୱାର୍କ ସବଡିଭିଜନ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାଦ୍ବାରା ଅଧିକ ନିଯୁକ୍ତି ସୃଷ୍ଟି ହେବ ।

 

 

Leave a Reply