spot_img

Latest Posts

ସାଙ୍ଘାତିକ ରୂପ ନେଲାଣି ନିପା ଭାଇରସ୍‌, କଣ୍ଟାକ୍ଟ ଟ୍ରେସିଂ କରାଯାଇ ୨୫୧ ଜଣଙ୍କୁ କରାଗଲା ଚିହ୍ନଟ

କେରଳ: ଟେନସନ ବଢ଼ାଇଲାଣି ନିପା ଭାଇରସ୍‌। କେରଳରେ ପ୍ରଥମ ନିପା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୧ଜଣଙ୍କ ଶରୀରରେ ନିପା ଲକ୍ଷଣ ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ନମୁନା ପରୀକ୍ଷା ପାଇଁ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି। ନମୁନା ପରୀକ୍ଷା ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ତେବେ ଲକ୍ଷଣ ଥିଲେ ବି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ।

ନିପାରେ ମୃତ୍ୟୁ ହୋଇଥିବା ୧୨ବର୍ଷୀୟ ବାଳକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୨୫୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୧୨୯ ଜଣ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ହାଇରିସ୍କରେ ଥିବା ୩୮ଜଣଙ୍କୁ କୋଝିକୋଡ୍ ମେଡିକାଲ କଲେଜ ହସ୍ପିଟାଲରେ ଆଇସୋଲେସନ ରଖାଯାଇଛି। ସେପଟେ ମାରାତ୍ମକ ନିପା ଭୂତାଣୁକୁ ନେଇ ସତର୍କ କରାଇଛନ୍ତି ଏମସ ବିଶେଷଜ୍ଞ ଡାକ୍ତର ଆଶୁତୋଷ ବିଶ୍ୱାସ।

ବାଦୁଡ଼ିଠାରୁ ନିପା ବ୍ୟାପୁଥିବା ବେଳେ ଏହାର କୌଣସି ଡାକ୍ତରୀ ଚିକିତ୍ସା ନାହିଁ। ତେଣୁ ସତର୍କ ଓ ସଚେତନ ରହିବା ନିହାତି ଆବଶ୍ୟକ। ନିପା ଭୂତାଣୁ ଖୁବଶୀଘ୍ର ସଂକ୍ରମିତ ହୋଇଥାଏ। ତଳେ ପଡ଼ିଥିବା ଫଳ ନଖାଇବା ସହ କୌଣସି ଫଳ ନଧୋଇ ଖାଇବା ଦ୍ୱାରା ଏହି ଭୂତାଣୁରେ ସଂକ୍ରମିତ ହେବା ଆଶଙ୍କା ଅଛି।

Latest Posts

Don't Miss