spot_img

Latest Posts

କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଚାର ସମୟ ସରିବା ପରେ ମଧ୍ୟ ପ୍ରଚାର କରୁଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ । ନିର୍ବାଚନ ପ୍ରଚାର ଅବଧି ସରିବା ପରେ ପ୍ରଚାର ଅଭିଯୋଗ। କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଚାର ସମୟ ସରିବା ପରେ ପ୍ରଚାର କରୁଛନ୍ତି। ଶେଷ ପର୍ଯ୍ଯାୟ ନିର୍ବାଚନ ପାଇଁ ଗତକାଲି ସଂଧ୍ଯାରୁ ପ୍ରଚାର ସରିଛି। କିନ୍ତୁ ଆଜି କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ  ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳିର ବନ୍ତ ବ୍ଲକ ସହରାଗଡ଼ିଆ ଅଞ୍ଚଳରେ ପ୍ରଚାର କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିଜ ସମର୍ଥକଙ୍କୁ ଧରି ନିରଞ୍ଜନ ପଟ୍ଟନାୟକ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ନିୟମ ନମାନିବା ନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଇଲେଣ୍ଟ ଡେ’ରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନିରଞ୍ଜନ ପଟ୍ଟନାୟକ।

Latest Posts

Don't Miss