ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶୀ !

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଜଣଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ମିନଟରେ ଫାଶୀ ଦେବାକୁ ଦିଲ୍ଲୀ ଅଦାଲତ ନୂଆ ଡେଥ୍ ୱାରେଣ୍ଟ୍ ଜାରି କରିଛନ୍ତି ।

ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ଏହା ହେଉଛି ଚତୁର୍ଥ ଡେଥ୍ ୱାରେଣ୍ଟ୍ । ପୱନ ଗୁପ୍ତା ଦ୍ୱାରା ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପାଖରେ କରାଯାଇଥିବା ରାଜକ୍ଷମା ଆବେଦନ ଅଗ୍ରାହ୍ୟ ହେବା ପରେ ଏହି ଡେଥ୍ ୱାରେଣ୍ଟ୍ ଜାରି ହୋଇଛି ।

ନୂଆ ଡେଥ୍ ୱାରେଣ୍ଟ ଜାରି ହେବା ପରେ ନିର୍ଭୟାଙ୍କ ମା’ ତାଙ୍କ ପ୍ରତିକ୍ରିୟାରେ ଏହା ଶେଷ ତାରିଖ ଓ ସେମାନଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଦିଆଯିବ ବୋଲି ଆଶା କରିଛନ୍ତି ।  

କେତେ ଥର ଘୁଂଚିଥିଲା ଫାଶୀ ?

ପୂର୍ବରୁ ତିନି ତିନି ଥର ଘୁଞ୍ଚିସାରିଛି ଫାଶୀର ତାରିଖ । ପ୍ରଥମେ ଜାନୁଆରୀ ୨୨ ତାରିଖରେ ଫାଶୀ ଦେବାକୁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା । ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ । ପରେ ମାର୍ଚ୍ଚ ୩ ତାରିଖ ସକାଳ ୬ଟାକୁ ଫାଶୀ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଏହା ଉପରେ ସ୍ଥଗିତାଦେଶ ଆଣିବାରେ ଦୋଷୀଙ୍କ ଓକିଲ ଏ.ପି ସିଂ ସଫଳ ହୋଇଥିଲେପବନର ରାଜକ୍ଷମା ଆବେଦନ ଉପରେ ବିଚାର ହୋଇନଥିବା ହେତୁ ଫାଶୀକୁ ସ୍ଥଗିତ ରଖାଯାଇଥିଲା । ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଏଭଳି ନିର୍ଦ୍ଦେଶ ଦେଇଥିଲା କୋର୍ଟ ।

 

Leave a Reply