spot_img

Latest Posts

ବିହାରରେ ୨୬ ମନ୍ତ୍ରୀ ନେଲେ ଶପଥ: ଜାଣନ୍ତୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଏକମାତ୍ର ମୁସଲିମ ବିଧାୟକ ଜମାନ ଖାନଙ୍କ ସମ୍ପର୍କରେ…

ବିହାରରେ ୨୬ ମନ୍ତ୍ରୀ ନେଲେ ଶପଥ: ଜାଣନ୍ତୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଏକମାତ୍ର ମୁସଲିମ ବିଧାୟକ ଜମାନ ଖାନଙ୍କ ସମ୍ପର୍କରେ…

ନନ୍ଦିଘୋଷ ବ୍ୟୁରୋ: ପାଟନାର ଐତିହାସିକ ଗାନ୍ଧି ମୈଦାନରେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁାମର । ନୀତୀଶଙ୍କ ସହ ୨୬ ଜଣ ମନ୍ତ୍ରୀ ବି ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରେ ବିଜେପି କୋଟାରେ ସମ୍ପ୍ରାଟ ଚୌଧୁରୀ, ବିଜୟ ସିହ୍ନା, ଦିଲୀପ ଜୟଶଓ୍ବାଲ, ନୀତୀନ ନବୀନ, ସୁରେନ୍ଦ୍ର ମେହତା, ସଞ୍ଜୟ ଟାଇଗର, ରାମ କୃପାଳ ଯାଦବ, ରମା ନିଷାଦ, ଲଖେନ୍ଦ୍ର ପାସଓ୍ବାନ, ମଙ୍ଗଳ ପାଣ୍ଡେ, ଶ୍ରୀୟସୀ ସିଂହ, ଅରୁଣ ଶଙ୍କର ପ୍ରସାଦ, ନାରାୟଣ ଶାହ ଏବଂ ପ୍ରମୋଦ କୁମାର ଚନ୍ଦ୍ରବଂଶୀ ଅଛନ୍ତି । ସେହିପରି ଜେଡିୟୁ କୋଟାରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ନେଇଥିବା ବେଳେ ଅଶୋକ ଚୌଧୁରୀ, ସୁନିଲ କୁମାର, ବିଜେନ୍ଦ୍ର ଯାଦବ, ଲେସି ସିଂହ, ଶ୍ରବଶ କୁମାର, ମଦନ ସହନୀ, ବିଜୟ ଚୌଧୁରୀ ଏବଂ ଜମାନ ଖାନ୍ ଅଛନ୍ତି । ଏଲଜେପିରୁ ଦୁଇ ଜଣ ଏବଂ ଜୀତନ ରାମ ମାଞ୍ଝି ଓ ଉପେନ୍ଦ୍ର କୁଶବାହାଙ୍କ ଦଳରୁ ଜଣେ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ୨୬ ଜଣ ମନ୍ତ୍ରୀଙ୍କ ତାଲିକାରେ ନୀତୀଶଙ୍କ କ୍ୟାବିନେଟରେ ଏକମାତ୍ର ମୁସଲିମ ମନ୍ତ୍ରୀ ଭାବେ ଜମାନ ଖାନ୍ ଶପଥ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ଜମାନ ଖାନଙ୍କ ସମ୍ପର୍କରେ କିଛି କଥା ।

୨୦୨୫ ବିଧାନସଭା ନିର୍ବାଚନରେ ଜମାନ ଖାନ୍ କୈମୁର ଜିଲ୍ଲା vୈନପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ତାଙ୍କୁ ୭୦ ହଜାର ୮୭୬ ଖଣ୍ଡ ଭୋଟ ମିଳିଥିଲା । ଆରଜେଡିର ବୃଜ କିଶୋର ବନ୍ଦିଙ୍କୁ ସେ ପରାଜିତ କରିଥିଲେ ।

ଗତ ସରକାରରେ ଥିଲେ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ

ନୀତୀଶ କୁମାରଙ୍କ ପୂର୍ବ ସରକାରରେ ଜମାନ ଖାନ୍ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଥିଲେ । ସୂଚନାଯୋଗ୍ୟ, ୨୦୨୦ ବିଧାନସଭା ନିର୍ବାଚନରେ ସେ ଚୈନପୁର ବିଧାନସଭା କ୍ଷେତ୍ରରୁ ବିଏସପି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ହେଲେ ବିଏସପି ଛାଡି ଜେଡିୟୁରେ ସାମିଲ ହେବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା ।

ଜମାନ ଖାନଙ୍କ ପ୍ରାରମ୍ଭିକ ଜୀବନ ଓ ପାଠପଢ଼ା ଉତ୍ତର ପ୍ରଦେଶ ଏବଂ ବିହାରରେ କଟିଥିଲା । ତାଙ୍କ ଜନ୍ମ କୈମୁର ଜିଲ୍ଲା ଚୈନପୁରର ନୌଘରାରେ ଏକ ମୁସଲିମ ପରିବାରରେ ହୋଇଥିଲା । ଦ୍ବାଦଶ ପର୍ଯ୍ୟନ୍ତ ପାଠପଢ଼ା ସେ ବନାରସରେ କରିଥିଲେ । ସେ କୁହନ୍ତି, ତାଙ୍କ ପୂର୍ବପୁରୁଷ ହିନ୍ଦୁ ରାଜପୁତ ଥିଲେ । ପରେ ସେମାନେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ଆଜି ବି ତାଙ୍କର ହିନ୍ଦୁ ସମ୍ପର୍କୀୟ ଅଛନ୍ତି ।

ରାଜନୈତିକ କ୍ୟାରିୟର

ଜମାନ ଖଶନ ଚୈନପୁର ପୁଧାନସଭା ଆସନରେ ୨୦୦୫ରେ ପ୍ରଥମ ଥର ବିଏସପି ଟିକେଟରେ ଲଢ଼ି ପରାଜିତ ହୋଇଥିଲେ । ୨୦୧୦ରେ ଦ୍ବିତୀୟ ଥର କଂଗ୍ରେସ ଟିକେଟରୁ ଲଢ଼ିଥିଲେ ବି ତାଙ୍କୁ ପରାଜୟ ମିଳିଥିଲା । ଏହାପରେ ପୁଣି ଦଳ ବଦଳ କରି ବିଏସପିକୁ ଆସିଥିଲେ ଏବଂ ୨୦୧୫ ନିର୍ବାଚନରେ ଲଢ଼ି ମାତ୍ର ୬୦୦ ଭୋଟରେ ପରାଜିତ ହୋଇଥିଲେ । ତେବେ ୨୦୨୦ରେ ସେହି ବିଏସପି ଟିକେଟରେ ୨୫ ହଜାରରୁ ଅଧିକ ଭୋଟରେ ଜିତିଥିଲେ ବି ପରେ ଦଳ ପରିବର୍ତ୍ତନ କରି ଜେଡିୟୁରେ ସାମିଲ ହେବା ସହ ମନ୍ତ୍ରୀ ହୋଇଥିଲେ ।

Latest Posts

Don't Miss