ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ପୁଷ୍ପାଞ୍ଜଳି ଅର୍ପଣ ବେଳେ ଚାପୁଡ଼ା ମାରିଲେ ଯୁବକ

Nitish Kumar Security Breach, Youth Slapped Bihar CM In Bakhtiyarpur

ପାଟଣା: ରାଜଧାନୀରେ ମୁଖ୍ୟମନ୍ତ୍ରୀ ସୁରକ୍ଷାରେ ତ୍ରୁଟି । ପୁଷ୍ପାଞ୍ଜଳି ଅର୍ପଣ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଯୁବ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପାଟଣାରେ ଆକ୍ରମଣ । ପାଟଣାରେ ନୀତିଶ ଏକ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେବା ବେଳେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଜଣେ ଯୁବକ ଦୌଡ଼ି ଦୌଡ଼ି ଆସି ନୀତିଶଙ୍କୁ ପଛପଟୁ ଚାପୁଡ଼ା ମାରିଛନ୍ତି । ଯଦିଓ ଯୁବକଙ୍କ ଚାପୁଡ଼ା ନୀତିଶଙ୍କ ଗାଲରେ ନ ବାଜି କାନ୍ଧରେ ବାଜିଛି । ଘଟଣା ପରେ ପୋଲିସ ତୁରନ୍ତ ଯୁବକଙ୍କୁ ଗିରଫ କରି ନେଇଛି ।

 Nitish Kumar Security Breach, Youth Slapped Bihar CM In Bakhtiyarpur

ତେବେ ଯୁବକ ଜଣଙ୍କ କିଏ ? କାହିଁକି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆକ୍ରମଣ କଲେ ? ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଯୁବକଙ୍କ ଆକ୍ରମଣ ବେଳର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ନୀତିଶଙ୍କ ସୁରକ୍ଷାରେ ଏହା ବଡ଼ ତ୍ରୁଟି ବୋଲି କୁହାଯାଉଛି । କେମିତି ସୁରକ୍ଷା ବଳୟ ଭେଦି ନୀତିଶଙ୍କ ନିକଟରେ ପହଞ୍ଚିଲେ ଯୁବକ ? ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଛି ।

 Nitish Kumar Security Breach, Youth Slapped Bihar CM In Bakhtiyarpur

ଯଦି ଯୁବକ କୌଣସି ଅସ୍ତ୍ରଶସ୍ତ୍ର ରଖିଥାନ୍ତେ ତ ବଡ଼ ଅଘଟଣ ଘଟି ଯାଇଥାନ୍ତା । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ । ଏହା ପୂର୍ବରୁ ୨୦୨୦ ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଆକ୍ରମଣ ହୋଇଥିଲା । ମଧୁବନୀର ହରଲାଖିରେ ନିର୍ବାଚନ ରାଲିରେ ନୀତିଶଙ୍କ ଉପକୁ ପଥର ସହ ପିଆଜ ଫୋପାଡ଼ା ଯାଇଥିଲା ।