ଲଲ୍ଲନ ସିଂଙ୍କ ଇସ୍ତଫା ପରେ ଜେଡିୟୁର ନୂଆ ସଭାପତି ହେଲେ ନୀତିଶ କୁମାର

ନୂଆଦିଲ୍ଲୀ: ଜେଡିୟୁରେ ବଡ଼ ଧରଣର ପରିବର୍ତ୍ତନ। ଦଳର ନୂତନ ସଭାପତି ହେଲେ ନୀତିଶ କୁମାର। ଲଲ୍ଲନ ସିଂହଙ୍କ ଇସ୍ତଫା ପରେ ନୂଆ ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି ନୀତିଶ କୁମାର । ରାଷ୍ଟ୍ରୀୟ ଜନତା ଦଳ ସହ ଲଲନ ସିଂହଙ୍କ ନିକଟତର ସମ୍ପର୍କକୁ ନେଇ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଜେଡିୟୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତିଶ ଙ୍କୁ ଦଳୀୟ ମୁଖ୍ୟ ଭାବେ ଚୟନ ଉପରେ ଲାଗିଲା ମୋହର । ଅଧ୍ୟକ୍ଷ ଲଲ୍ଲନ ସିଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଜେଡିୟୁ ସଭାପତି ଲାଗି ନୀତୀଶ କୁମାରଙ୍କ ନାଁ ପ୍ରସ୍ତାବ ଦେଇଥିଲେ ।

ଏହା ପ୍ରସ୍ତାବକୁ ବୈଠକରେ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ। ଦଳର ବରିଷ୍ଠ ନେତା କେ. ସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜନତା ଦଳ ୟୁନାଇଟେଡର ସଭାପତି ଭାବେ ଚୟନ କରାଯାଇଥିବା  ନେଇ ଘୋଷଣା କରିଥିଲେ । ଅନେକ ଦିନ ଧରି ଜେଡିୟୁରେ ସାଂଗଠନିକ ପରିବର୍ତ୍ତନ ନେଇ ଅନୁମାନ କରାଯାଉଥିଲା । ବୈଠକ ପୂର୍ବରୁ ଲଲଲ ସିଂହଙ୍କ ଇସ୍ତଫାକୁ ଗୁଜବ ବୋଲି ପ୍ରଚାର କରାଯାଇଥିଲା ।