spot_img

Latest Posts

ଆର୍ଯ୍ୟନ ଖାନ୍ ଓ ଅନ୍ୟ ଅଭିଯୁକ୍ତ ଡ୍ରଗ୍ସ ସମ୍ପର୍କିତ ବେଆଇନ କାର୍ଯ୍ୟ କରିବାକୁ ଏକତ୍ରିତ ହୋଇଥିବା ପ୍ରମାଣ ନାହିଁ: ବମ୍ୱେ ହାଇକୋର୍ଟ

ମୁମ୍ୱାଇ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ମାମଲାରେ ବେଲ୍‌ ଅର୍ଡରର ସବିଶେଷ ନକଲ ପ୍ରକାଶ ପାଇଛି । ବମ୍ୱେ ହାଇକୋର୍ଟଙ୍କ ପକ୍ଷରୁ ପ୍ରଦାନ ଜାମିନ ଆଦେଶରେ, ଆର୍ଯ୍ୟନ ଡ୍ରଗ୍ସ ସମ୍ପର୍କିତ କୌଣସି ବେଆଇନ କାର୍ଯ୍ୟ କରିବା ନେଇ ଏକଜୁଟ୍ ହୋଇଥିବା ପ୍ରମାଣ ନଥିବା କହିଛନ୍ତି ।  ଆର୍ଯ୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍‌ ଆପ୍ ଚାଟ୍‌ରେ କୌଣସି ପ୍ରକାର ଆପତ୍ତଜନିକ ବିଷୟ ନଥିବା କହିଛନ୍ତି କୋର୍ଟ ।

ସମସ୍ତ ଅଭିଯୁକ୍ତ ମିଳିତ ଭାବେ ଓ ଜାଣିଶୁଣି ବେଆଇନ କାର୍ଯ୍ୟ କରିବାକୁ ଏକାଠି ହୋଇଥିବାର ସକାରାତ୍ମକ ପ୍ରମାଣ କୋର୍ଟଙ୍କ ପାଖରେ ଉପସ୍ଥାପନ କରାଯାଇନି। ସେମାନେ ୩ ଜଣ ଏକାଠି ଗୋଟିଏ କ୍ରୁଜରେ ଯାଇଥିବାର ଅର୍ଥ ନୁହେଁ ଯେ ମିଳିତ ଭାବେ ସେଠାରେ କୌଣସି ବେଆଇନ କାମ ଘଟାଇବାକୁ ଯୋଜନା କରିଥିଲେ। ମିଳିଥିବା ପ୍ରମାଣରେ ଆଦୌ ଅଭିଯୋଗକୁ ଠିକ ବୋଲି ସାବ୍ୟସ୍ତ କରିପାରୁ ନଥିବା କୋର୍ଟ କହିଛନ୍ତି। କୋର୍ଟ ଜାମିନ ମିଳିବା ଯଥାର୍ଥ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ କହିଛନ୍ତି। ଏଥିସହ କୋର୍ଟ କହିଛନ୍ତି, ଅଧିକାର ନଥିବା ତଦନ୍ତକାରୀ ଅଧିକାରୀଙ୍କ ଆଗରେ ରେକର୍ଡ ହୋଇଥିବା ବୟାନ ଉପରେ ଏନସିବି କେବେ ହେଲେ ନିର୍ଭର କରିପାରିବ ନାହିଁ।

ତେବେ ଗତ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀରେ ହୋଇଥିବା ରେଡରେ ୧୩ ଗ୍ରାମ କୋକେନ, ୫ଗ୍ରାମ ମେପେଡ୍ରେନ୍, ୨୧ ଗ୍ରାମ ଚରସ, ଏମ୍‌ଡିଏମ୍‌ଏର ୨୨ ବଟିକା  ଏବଂ ୧.୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ଏନସିବି ପକ୍ଷରୁ ଦାବି କରାଯାଇଥିଲା । ପରେ ଆର୍ଯ୍ୟନ ଖାନ୍, ମାର୍ଚ୍ଚେଣ୍ଟ ଏବଂ ଧମେଚାଙ୍କୁ ଜାମିନ ମିଳିଥିଲା । ଅକ୍ଟୋବର ୨୮ ତାରିଖରେ ବମ୍ୱେ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଯାହା ଏକ ସର୍ଟ ଅର୍ଡର ହୋଇଥିବା ମାନ୍ୟବର କୋର୍ଟଙ୍କ ପକ୍ଷରୁ ଜାମିନ ଆଦେଶର ସବିଶେଷ କାରଣ ପ୍ରକାଶ କରିଛନ୍ତି ।

ଆର୍ଯ୍ୟନ ଖାନ୍, ମାର୍ଚ୍ଚେଣ୍ଟ ଏବଂ ଧାମେଚା ଡ୍ରଗ୍ସ ସମ୍ପର୍କିତ ଅପରାଧୀକ କାର୍ଯ୍ୟକଳାପ ଭିଆଇବା ନେଇ ଏକତ୍ରିତ ହୋଇଥିବା ପ୍ରମାଣ ଦେବାର ଆବଶ୍ୟକତା ଥିବାର କହିଛନ୍ତି ମାନ୍ୟବର କୋର୍ଟ ।

Latest Posts

Don't Miss