ଆଜିଠୁ ଶୁଖିଲା ରହିବ ପାଗ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା

ଭୁବନେଶ୍ୱର: ଆଜିଠୁ ଶୁଖିଲା ରହିବ ପାଗ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବିଶେଷ ବର୍ଷା । ଲଘୁଚାପ ପ୍ରଭାବ କମିବା ଫଳରେ ବର୍ଷାର ପରିମାଣ ଓ ବିସ୍ତୃତି କମିଛି । ହେଲେ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ୨୪, ୨୬ ଓ ୨୭ ତାରିଖରେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋବାର ସମ୍ଭାବନା ରହିଛି । ୨୮ ତାରିଖ ପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ସେପଟେ ଏଯାବତ ମୌସୁମୀ ଋତୁରେ ୧୧୫୩ ଦଶମିକ ୩ ମିଲିମିଟର  ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ଏପର୍ଯ୍ୟନ୍ତ ରାଜ୍ୟରେ  ୫ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଯାହା ଆଗାମୀ ଧାନ ଚାଷ ପାଇଁ ବେଶ ଅନୁକୂଳ ବୋଲି ପାଣିପାଗ ବୈଜ୍ଞାନୀ କହିଛନ୍ତି ।