କେନ୍ଦ୍ର ସରକାର ମନରେଗାକୁ ସମାପ୍ତ କରି ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ବିଲ, ୨୦୨୫ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ମାତ୍ର ମନରେଗାଗା ଅଧୀନରେ ରାଜ୍ୟର ଶ୍ରମିକମାନଙ୍କୁ ୧୦୦ ଦିନର କାମ ଉପଲବ୍ଧ ହୋଇପାରିନାହିଁ । ଏନେଇ ଆସିଥିବା ରାଜ୍ୟମାନଙ୍କର ତଥ୍ୟ ଏବେ ସମସ୍ତଙ୍କୁ ତାଜୁବ୍ କରିଦେଇଛି । କେନ୍ଦ୍ର ସରକାର ୨୦୦୫ରେ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଗ୍ୟାରେଣ୍ଟି କାନୁନ (MGNREGA) ଆରମ୍ଭ କରିଥିଲେ । ମୋଦୀ ସରକାର ମନରେଗା ବଦଳରେ ଏକ ରୋଜଗାର ଯୋଜନା ଆଣିବାକୁ ଯାଉଛନ୍ତି । ସଂସଦର ଚଳିତ ଶୀତକାଳୀନ ଅଧିବେଶସନେର ଏହି ବିଲ ଅଣାଯାଇଛି । ଏହି ନୂଆ ସ୍କିମ ଅଧିନରେ ୧୨୫ ଦିନର ରୋଜଗାର ଗ୍ୟାରେଣ୍ଟି ରହିବ, ଅନ୍ୟପକ୍ଷରେ ପୂର୍ବ ସ୍କିମରେ ୧୦୦ ଦିନର ରୋଜଗାର ଦିଆଯାଉଥିଲା । ମାତ୍ର ଗତ ୫ ବର୍ଷର ତଥ୍ୟ ଦେଖିଲେ ଜଣାପଡ଼ୁଛି, ସାରା ଦେଶରେ କୌଣସି ବି ରାଜ୍ୟରେ ଆଭରେଜ ୧୦୦ ଦିନର ରୋଜଗାର ଦିଆଯାଇନାହିଁ ।
୧୦୦ ଦିନର ରୋଜଗାର ଯୋଜନା ସମାପ୍ତ କରି କେନ୍ଦ୍ର ସରକାର ଏବେ ନୂଆ ସ୍କିମ ଆଣିବେ । ସେଥିରେ ୧୨୫ ଦିନର କାମର ବ୍ୟବସ୍ଥା ରହିଛି । ତା’ର ନାମ ବିକଶିତ ଭାରତ-ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) (VB-G Ram G) ବିଲ, ୨୦୨୫ ନିର୍ଦ୍ଧାରିତ କରାଯାଇଛି । ୧୦୦ ଦିନର ରୋଜଗାର ପାଇଥିବା ଗୋଟିଏ ବି ରାଜ୍ୟ ନାହିଁ । ମନରେଗାରେ ୫ ବର୍ଷର ତଥ୍ୟ ଦେଖିଲେ ଜଣାପଡ଼ୁଛି, ଶ୍ରମିକଙ୍କୁ ୫୦ ଦିନର କାମ ମଧ୍ୟ ଦିଆଯାଇନାହିଁ ।
ଗତ ୫ ବର୍ଷର ରାଷ୍ଟ୍ରୀୟ ହାର ଦେଖିଲେ, ୨୦୨୦-୨୧ରେ ୫୧ ଦିନ, ୨୦୨୧-୨୨ରେ ୫୦ ଦିନ, ୨୦୨୨-୨୩ରେ ୪୭ ଦିନ, ୨୦୨୩-୨୪ରେ ୫୨ ଦିନ ଓ ୨୦୨୪-୨୫ରେ ୫୦ ଦିନର କାମ ଦିଆଯାଇଛି । ଗୋଆରେ ବର୍ଷ ୨୦୨୪ରେ ଶ୍ରମିକଙ୍କୁ ହାରାହାରି କେବଳ ୨୪ ଦିନର ରୋଜଗାର ଦିଆଯାଇଛି । ମିଜୋରାମରେ ଶ୍ରମିକଙ୍କୁ ସର୍ବାଧିକ ୯୪ ଦିନର ରୋଜଗାର ମିଳିଛି । ଉତ୍ତରପ୍ରଦେଶରେ ଗତ ୫ ବର୍ଷରେ ୫୧ ଦିନରୁ ଅଧିକ କାମ ଦିଆଯାଇନାହିଁ । ବିହାର, ହରିୟାଣା, ପଞ୍ଜାବ ଓ ଗୁଜରାଟରେ ଏହି ତଥ୍ୟ ୫୦ ଦିନରୁ କମ୍ ରହିଛି ।

