ବିବାହ ବନ୍ଧନରେ ନୋବେଲ ବିଜୟିନୀ

ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜଇ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଗତ ମଙ୍ଗଳବାର ସେ ବ୍ରିଟେନ ବାସିନ୍ଦା ଅସର ମଲ୍ଲିକଙ୍କୁ ବିବାହ କରିଥିବା ବେଳେ ଏହି ସୂଚନା ମଲାଲା ନିଜ ଟ୍ୱିଟର୍ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି । ଲଣ୍ଡନର ବିରମିଘମରେ ଅବସ୍ଥିତ ଏକ ବିଳାସରେ ଉଭୟଙ୍କ ବିବାହ ହୋଇଥିଲା । ଏଥିସହ ଉଭୟଙ୍କୁ ଆଶିର୍ବାଦ ଦେବାକୁ ସେ ଅନୁରୋଧ କରିଛନ୍ତି । ମଲାଲା, ମହିଳାଙ୍କୁ ଶିକ୍ଷା ଦେବା ଅଭିଯାନ ଆରମ୍ଭ କରିଥିଲେ ଏବଂ ଏଥିପାଇଁ ପାକିସ୍ତାନରେ ୨୦୧୨ରେ ତାଲିବାନୀ ଆକ୍ରମଣକାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ ।

ଆଜିର ଦିନ ତାଙ୍କ ଜୀବନର ସବୁଠୁ ଅମୂଲ୍ୟ ଦିନ ବୋଲି ମଲାଲା ଟ୍ୱିଟରେ ଲେଖିଥିଲେ । ଏଥିସହ ବିବାହ ପରେ ଉଭୟେ ସାରା ଜୀବନ ପାଇଁ ସାଥୀ ହୋଇ ରହିବେ ବୋଲି କହିଥିଲେ । ନିଜ ବିବାହର କିଛି ଫଟୋ ସେ ନିଜ ଟ୍ୱିଟରରେ ସେୟାର କରିଥିଲେ ।

Leave a Reply