spot_img

Latest Posts

ନୋଏଡ଼ାରେ ଶ୍ରମିକଙ୍କ ଲଙ୍କାକାଣ୍ଡ ଘଟଣା। ହିଂସା ପଛରେ ପାକିସ୍ତାନ ଲିଙ୍କ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶର ନୋଇଡ଼ାରେ ଏପ୍ରିଲ ୧୩, ୨୦୨୬ ସୋମବାରରେ  କାରଖାନା ଶ୍ରମିକଙ୍କ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ହଠାତ୍ ହିଂସାତ୍ମକ ରୂପ ନେଇଥିଲା। ବେତନ ବୃଦ୍ଧି, ସାପ୍ତାହିକ ଛୁଟି, ବୋନସ୍ ଏବଂ ଅନ୍ୟାନ୍ୟ ଦାବି ନେଇ ଶ୍ରମିକମାନେ ପ୍ରତିବାଦ କରୁଥିଲେ । ପରେ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ହଠାତ୍ ହିଂସାତ୍ମକ ରୂପ ନେଇଥିଲା । ନୋଏଡ଼ାରେ ଶ୍ରମିକଙ୍କ ହିଂସା ଓ ଲଙ୍କାକାଣ୍ଡ ଘଟଣା ପଛରେ ପାକିସ୍ତାନ ଲିଙ୍କ ଥିବା ନେଇ ଚର୍ଚ୍ଚା। ସେପଟେ ହିଂସା ଘଟଣାରେ ୩୫୦ଜଣଙ୍କୁ ଗିରଫ କରିଛି ପୋଲିସ। ୧୦୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। କିଛି ଜାତୀୟତାବିରୋଧୀ ଶକ୍ତି ହିଂସା ଭିଆଇଛନ୍ତି ବୋଲି କହିଛନ୍ତି ୟୁପିର ଶ୍ରମମନ୍ତ୍ରୀ । ମଜୁରୀ ବୃଦ୍ଧି ଦାବିରେ ହୋଇଥିବା ଆନ୍ଦୋଳନ ନୋଏଡା, ଫେଜ-୨, ସେକ୍ଟର ୬୦, ୬୨, ୮୪ରେ ପରିଲକ୍ଷିତ ହୋଇଥିଲା। ଦିନକୁ ୮ ଘଣ୍ଟିଆ ସିଫ୍ଟ ଓ ମାସକୁ ଅତି କମରେ ୨୦ ହଜାର ଟଙ୍କା ଦରମା ଦାବିରେ ଲଙ୍କାକାଣ୍ଡ କରିଥିଲେ ଶ୍ରମିକ। ଶହ ଶହ ଶ୍ରମିକ ପ୍ରଥମେ ଆନ୍ଦୋଳନ କରିଥିଲେ, ଧାରଣା ଦେଇଥିଲେ। ପରେ ତାହା ହିଂସାତ୍ମକ ରୂପ ନେଇଥିଲା। ପୂରା ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଖଣ୍ଡଯୁଦ୍ଧ ସହିତ ଟେକା ପଥର ଫିଙ୍ଗିଥିଲେ ଶ୍ରମିକ। ବ୍ୟାପକ ଭଙ୍ଗାରୁଜା କରିବା ସହିତ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ହରିୟାଣା ସରକାର କୁଶଳୀ, ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରିଥିଲେ। କିନ୍ତୁ ନୋଏଡ଼ାରେ କାହିଁକି ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରାଯିବନି ବୋଲି ପ୍ରଶ୍ନ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଶ୍ରମିକମାନେ।

Latest Posts

Don't Miss