ଲିଙ୍ଗରାଜ ମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ : ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି

ନନ୍ଦିଘୋଷ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଏବେ ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି । ମହାସ୍ନାନ ପରେ ପୁଣି ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ନିଯୋଗ ମଧରେ ବିବାଦ ପାଇଁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହୋଇଥିଲା । ଆଜି ସକାଳୁ ଅବକାଶ ପରେ ମଙ୍ଗଳ ଆଳତୀ ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଶୀତଳଷଷ୍ଠୀ ଭଳି ଦିନରେ ନୀତିକାନ୍ତି ବନ୍ଦ ରହିଥିଲା । ଯେଉଁ ବଡୁ ନିଯୋଗର ଯିଏ ସାହାଣ ମେଳା ଦର୍ଶନ କରାଇଥିଲେ ତାଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଡାକି ପଚରାଉଚରା କରାଯିବ । ଆଜି ପାଳିରେ ଥିବା ସେବାୟତଙ୍କୁ ଚିହ୍ନଟ ପାଇଁ ଲିଙ୍ଗରାଜ ଥାନାକୁ ଅବଗତ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ।