ସମ୍ବଲପୁରରେ ଆଜିଠୁ କର୍ଫ୍ୟୁ କୋହଳ, ଜାଣନ୍ତୁ କେଉଁ ସମୟରେ ଖୋଲିବ ଦୋକାନ ବଜାର

1 min read

ସମ୍ବଲପୁର: ସମ୍ବଲପୁରରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କର୍ଫ୍ୟୁ କୋହଳ । ଆଜିଠୁ ସକାଳ ୭ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର । ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ । ଆଜିଠାରୁ ବର୍ଦ୍ଧିତ କୋହଳ ସମୟ ଲାଗୁହୋଇଛି ।

ସେପଟେ SRC ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ୪୮ଘଣ୍ଟା ମଧ୍ୟରେ କୌଣସି ଗଣ୍ଡଗୋଳ ହୋଇନାହିଁ । ଖୁବଶୀଘ୍ର ସ୍ଥିତି ଫେରିଆସିବ । ଭାଇଚାରା ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି SRC । ଅପରପକ୍ଷେ ଏସପି ଅଫିସରେ ପୁଣି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ ପ୍ରତ୍ୟେକ୍ଷ ଭାବେ ନଜର ରଖାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ।