କୁକୁର ବୁଲେଇବାକୁ ମିଳୁଛି ଲକ୍ଷାଧିକ ଟଙ୍କା, ଏବେ ଏହି ମହିଳାଙ୍କ ପାଖରେ..

ନନ୍ଦିଘୋଷ ବ୍ୟୁରୋ: ଦୁନିଆରେ ଏଭଳି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜର ସଉକକୁ ବ୍ୟବସାୟର ମାଧ୍ୟମ ବନାଇ ଦେଇଥାନ୍ତି । ଆଉ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିଥାନ୍ତି। ଯଦିଓ କିଛି ଲୋକ ଏହାକୁ କ୍ୟାରିୟର ବନାଇ କ୍ଷତି ସହିଛନ୍ତି ତଥାପି ବହୁ ଲୋକ ସଉକରୁ ରୋଜଗାର କରିବାରେ ସଫଳ ହୋଇଛନ୍ତି । ତେବେ ଏଭଳି ଜଣେ ମହିଳା ରହିଛନ୍ତି ଯିଏକି କୁକୁର ବୁଲାଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ନାର୍ବିଚରେ ରହୁଥିବା ୨୮ ବର୍ଷୀୟା ଗ୍ରେସ୍ ବଟରୀ ବରିସ୍ତା । ଯିଏକି ୪୨ ହଜାର ପାଉଣ୍ଡ ରୋଜଗାର କରିଛନ୍ତି । ପ୍ରଥମେ ସେ ଏକ କଫି ସପରେ କାମ କରୁଥିଲେ । ଯେଉଁଠାରେ ତାଙ୍କୁ ଅଧିକ ସମୟ ଦେବାକୁ ପଡ଼ୁଥିଲା । ମାତ୍ର ତାଙ୍କ ହିସାବରେ ଦରମା ମିଳୁନଥିଲା । ଯେଉଁ କାରଣରୁ ସେ ଅଧିକାଂଶ ସମୟରେ ଚିନ୍ତାରେ ରହୁଥିଲେ । ତେବେ ମଝିରେ ମଝିରେ କୁକୁର ବୁଲାଇ ସେ ବହୁତ ଖୁସି ଅନୁଭବ କରୁଥିବା କହିଥିଲେ । ଏକଦା ତାଙ୍କର ଜଣେ ସାଙ୍ଗ କହିଥିଲେ କି, ତୁମେ ଯଦି ଏଭଳି ଲୋକଙ୍କ କୁକୁର ବୁଲାନ୍ତ କିଭଳି ହୁଅନ୍ତା । ମଜାରେ ତାଙ୍କ ସାଙ୍ଗ ଏଭଳି କହିଥିବାବେଳେ ସେ ଏହାକୁ ସିରିୟସଭାବେ ନେଇଥିଲେ । ଆଉ ଚାକିରୀ ଛାଡ଼ି କୁକୁର ବୁଲାଇବା ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ୩ରୁ୪ ଜଣ ଲୋକ ତାଙ୍କର ଗ୍ରାହକ ରହିଥିଲେ । ପରେ ବହୁ ଲୋକ ତାଙ୍କ କୁକୁର ବୁଲାଇବାକୁ ଦେବା ସହ ଭଲ ପଇସା ଦେଇଥିଲେ ।