ଯୁକ୍ତଦୁଇ ପଦାର୍ଥ ବିଜ୍ଞାନ ପ୍ରଶ୍ନପ୍ରତ୍ର ତୁଟି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲେ ସିଏଚଏସଇ କର୍ତ୍ତୃପକ୍ଷ

1 min read

ଭୁବନେଶ୍ବର: ଯୁକ୍ତଦୁଇ ପଦାର୍ଥ ବିଜ୍ଞାନ ପ୍ରଶ୍ନପ୍ରତ୍ର ତୁଟି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲେ ସିଏଚଏସଇ କର୍ତ୍ତୃପକ୍ଷ । ପ୍ରଶ୍ନ ସିଲାବସ ବାହାରୁ ନୁହେଁ, ଚଏସ୍ ଡେଫିସିଟ ହୋଇଛି ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି । ରେଗୁଲାର ଓ ଏକ୍ସ- ରେଗୁଲାର ପିଲାଙ୍କ ପାଇଁ ସିଲାବସକୁ ନେଇ ପଦାର୍ଥ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ତିଆରି ହୋଇଥିଲା। କିନ୍ତୁ ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ୍ ଡେଫିସିଟ ହୋଇଛି ।

କେବଳ ଗୋଟିଏ ପ୍ରଶ୍ନ ରେଗୁଲାର ପିଲାଙ୍କ ସିଲାବସକୁ କଭର କରିନି। ମୋଟ୍ ୧୯ ନମ୍ବର ଚଏସ୍‌ ଡେଫିସିଟ ରହିଛି । ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ, ସେମାନେ ଗ୍ରେସ୍‌ ଏକ୍ ମାର୍କ ପାଇବେ। ତେବେ ଏକ୍ସ- ରେଗୁଲାର ପିଲାଙ୍କ କୌଣସି ଅସୁବିଧା ହୋଇନି। ପ୍ରଶ୍ନପତ୍ର ତିଆରିରେ କେଉଁଠି ତ୍ରୁଟି ରହିଛି, ତା’ର ଯାଞ୍ଚ କରାଯିବ। ପରୀକ୍ଷା ପ୍ରକ୍ରିୟା ସରିବା ପରେ ତ୍ରୁଟିକୁ ନେଇ ବିଶେଷଜ୍ଞ କମିଟି ବସିବ । ଫେବୃଆରୀ ୨୨ ରେ ଫିଜିକ୍ସ ପରୀକ୍ଷା ହୋଇଥିଲା। ମାର୍ଚ୍ଚ ୨୨ରୁ ମୂଲ୍ୟାୟନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୨ ରୁ ଏପ୍ରିଲ ୨ ଓ ଏପ୍ରିଲ ୪ ରୁ ୧୫ ତାରିଖ ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି ।