ଜାଣନ୍ତୁ ମହାପ୍ରଭୁଙ୍କ ରଥର କିଛି ଜଣା ଅଜଣା କଥା…

ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଆରମ୍ଭ ହୋଇ ଯାଇଛି । କରୋନା କଟକଣାରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ମହାଯାତ୍ରା । ରଥ ଯାତ୍ରାରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଆଉ କାଳିଆ ସାଆଁନ୍ତଙ୍କ ଏହି ଯାତ୍ରା ମାଉସୀ ଘରକୁ । ପ୍ରଭୁ ଜଗନ୍ନାଥଙ୍କ ଯାତ୍ରାର ସାହାରା ହେଉଛନ୍ତି ତାଙ୍କ ରଥ ଯାହାର ନାମ ନନ୍ଦିଘୋଷ । କିଏ ବା ନ ଜାଣେ ନନ୍ଦିଘୋଷର ସେଇ ଅପୂର୍ବ କାହାଣୀ ବିଷୟରେ । ତେବେ ଆସନ୍ତୁ ଭାବ ବିନୋଦିଆର ସେଇ ରଥର କିଛି ଜଣା ଓ ଅଜଣା କଥା ।

ନନ୍ଦିଘୋଷର ଅନ୍ୟ ନାମ ହେଉଛି ଚକ୍ରଧ୍ଵଜ ବା ଗରୁଡ ଧ୍ଵଜ ଯହା ଉପରେ ବିରାଜମାନ ହୁଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ରଥର  ଉଚ୍ଚତା ରହିଛି ୪୫ଫୁଟ ୬ଇଞ୍ଚ । ବଡ଼ଠାକୁରଙ୍କ ରଥ ପ୍ରସ୍ତୁତ କରିବାକୁ କାରିଗରମାନଙ୍କ କଷ୍ଟ ବି କହିଲେ ନସରେ ୪୫ଫୁଟ୍ ଉଚ୍ଚ ପ୍ରସ୍ତୁତ କରିବାକୁ ମହାରଣାମାନେ ପ୍ରାଣ ପଣେ ପ୍ରୟାସ କରନ୍ତି ।  ଏହି ରଥ ୭୪୨ଖଣ୍ଡ କାଠରେ ପ୍ରସ୍ତୁତ ହୁଏ । ପ୍ରଥମେ ନନ୍ଦିଘୋଷର ୧୬ଟି ଯାକ ଚକ ତିଆରି କରାଯାଏ ।

ତେବେ ରଥରେ କେବଳ କାଳିଆ ଯାଆନ୍ତି ନାହିଁ ସେହି ରଥରେ ଥାନ୍ତି ଅନେକ ଦେବା ଦେବୀ । ସେହିପରି ରଥ ଧ୍ୱଜାରେ ରୁହନ୍ତି ଭକ୍ତଙ୍କ ଭକ୍ତ ପ୍ରଭୁ ହନୁମାନ, ରଥର ଆୟୁଧ ହେଉଛନ୍ତି ଶଙ୍ଖ ଓ ଚକ୍ର ।

ଭାବ ବିନୋଦିଆର ରଥର ଆବରଣ ପୀତ ଓ ଲୋହିତ ବର୍ଣ୍ଣ  । ଏବଂ ମହାପ୍ରଭୁଙ୍କ ରଥର ସାରଥି ସାଜି ମାଉସୀ ମାଆଙ୍କ ଘରକୁ ନେଇ ଯାଆନ୍ତି ସାରଥି ଦାରୁକା ।  ରଥର ୪ଟି ଘୋଡ଼ାର ବର୍ଣ୍ଣ ଧଳା ଏବଂ ସେହି ଅଶ୍ଵମାନକଙ୍କର ନାମ ହେଉଛି ଶଙ୍କ,ବଳାହକ,ଶ୍ଵେତ,ହରିଦ୍ଵାଶ । ଏହି ଅଶ୍ଵର ଅନ୍ୟନାମ ସୌବ୍ୟ,ସୁଗ୍ରୀବ,ମେଘ,ପୁଷ୍ପ,ବଳାହକ ।

ଆଉ ରଥ କେମିତ ସୁରକ୍ଷିତ ପହଞ୍ଚାଇ ତାର ସବୁ ଦାୟିତ୍ତ୍ୱ ଥାଏ ଇନ୍ଦ୍ରଙ୍କ ହାତରେ କାରଣ ରଥର ରକ୍ଷକ ହେଉଛନ୍ତି ପ୍ରଭୁ ଇନ୍ଦ୍ର । ଏବଂ ରଥାଧିପ ବାନତେୟ । ରଥର ଦେବତା ନୃସିଂହ ହୋଇଥିବା ବେଳେ ରଥର ଦେବୀ ହେଉଛନ୍ତି ଯୋଗମାୟା ।

ଯାହା ସାହାଯ୍ୟରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ଯାଏ ଗଡ଼ି ଗଡ଼ି ଯାଏ ଯେଉଁ ଦଉଡ଼ି ଭକ୍ତଙ୍କ ଭକ୍ତିରେ ତିଆରି ହୋଇଥାଏ ତାହାର ନାମ ହେଉଛି ଶଙ୍ଖଚୁଡ ନାମୀ ନାଗୁଣୀ । ରଥର ଯେଉଁ ମୁଖରୁ ମହାପ୍ରଭୁ ମୁରୁକି ହସି ଭକ୍ତଙ୍କ ଭାବକୁ ବୁଝିଥାନ୍ତି ରଥର ସେହି ମୁଖର ନାମ ହେଉଛି ନନ୍ଦିମୁଖ ।

ଆଜି ମହାପ୍ରଭୁଙ୍କ ସବୁ ଭକ୍ତ ଘରେ ବସି ତା ଲୀଳା ଜାଣୁଥିବେ । ସବୁ ବେଳେ ତାକୁ ଦେଖିବାକୁ ଶ୍ରୀକ୍ଷେତ୍ର ଯାଆନ୍ତି ଭକ୍ତ ସେ ବି ଦେଖାଦିଏ କିନ୍ତୁ ଆଜି ସେ ବାହାରିଛି ଭକ୍ତଙ୍କ ଦୁଃଖସୁଃଖ ବୁଝିବାକୁ କିନ୍ତୁ ତାପାଖରେ ନାହିଁ ସେ ଭକ୍ତଙ୍କ ସମାଗମ । ଲାଗୁଛି ଯେମିତି ରୋଷ କରିଛି କାଳିଆ ।

Leave a Reply