spot_img

Latest Posts

ମାରାତ୍ମକ ନୁହେଁ XE ଭାରିଆଣ୍ଟ, ଭୟଭୀତ ନହେବାକୁ NTAGI ମୁଖ୍ୟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଗୁଜରାଟ ଓ ମୁମ୍ବାଇରୁ କରୋନାର ଏକ୍ସଇ ଭାରିଏଣ୍ଟରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ତେବେ ଏହାରି ଭିତରେ କୋଭିଡର ଏହି ନୂଆ ଏକ୍ସ-ଇ ଭାରିଏଣ୍ଟକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏନଟିଏଜିଆଇ(National Technical Advisory Group on Immunisation) ମୁଖ୍ୟ ଏନକେ ଅରୋରା। ଭାରତରେ ଏହା ଅତି ମାରାତ୍ମକ ନୁହେଁ କିମ୍ବା ଖୁବଶୀଘ୍ର ବ୍ୟାପିବାର ସମ୍ଭାବନା ମଧ୍ୟ ନାହିଁ ବୋଲି କହିଛନ୍ତି ଏନକେ ଆରୋରା।

ଏନ.କେ ଆରୋରାଙ୍କ ମୁତାବକ XE ଓମିକ୍ରନର ସବ ଭାରିଆଣ୍ଟ। ଓମିକ୍ରନ ଭ୍ୟାରିଆଣ୍ଟ ନୂଆ ଷ୍ଟ୍ରେନକୁ ଜନ୍ମ ଦେଉଛି। ଯେମିତି କି X ସିରିଜ୍, ଯାହା ମଧ୍ୟରୁ ଗୋଟିଏ ହେଉଛି XE ଷ୍ଟ୍ରେନ୍। କରୋନା ଭାଇରସର ଏଭଳି ଅନେକ ନୂଆ ଷ୍ଟ୍ରେନ ଆସିବ । ତେବେ ନୂଆ ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ, ବର୍ତ୍ତମାନର ସଂକ୍ରମଣ ହାର ଦେଖି, ଏହା ଭାରତରେ ବେଶୀ ଦ୍ରୁତ ଗତିରେ ବ୍ୟାପିଥିବା ପରି ଦେଖାଯାଉ ନାହିଁ ବୋଲି କହିଛନ୍ତି ଏନ.କେ ଅରୋରା।

ସୂଚନା ମୁତାବକ, ମହାରାଷ୍ଟ୍ର ଓ ଗୁଜରାଟରୁ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରର ମୁମ୍ବାଇରେ ଟିକାର ଦୁଇଟି ଡୋଜ୍‌ ନେଇ ସାରିଥିବା ଜଣେ ୬୭ ବର୍ଷିୟ ବୃଦ୍ଧ XE ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ସେପଟେ ଗୁଜରାଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣକ ସପ୍ତାହକ ମଧ୍ୟରେ ସୁସ୍ଥ ହୋଇଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି।

Latest Posts

Don't Miss