ନୂଆପଡ଼ା ଉପନିର୍ବାଚନରେ ପୋଲିସର ଅପବ୍ୟବହାର: ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଭଡ଼ା ଘରେ ଚଢ଼ାଉ, କେୟାରଟେକରକୁ ମାଡ଼ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ାରେ ହାରିବା ସୁନିଶ୍ଚିତ ଜାଣି କଳବଳ କୌଶଳ ଲଗାଇ ଦେଇଛି ଶାସକ ଦଳ । ବିଜେଡି ନେତାଙ୍କୁ କରାଯାଉଛି ଟାର୍ଗେଟ । ଅପବ୍ୟବହାର ହୋଉଛି ପୋଲିସ ପ୍ରଶାସନ । ଖରିଆର ରୋଡରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଭଡ଼ା ଘରେ ପୋଲିସର ଚଢ଼ାଉ । ନିର୍ବାଚନ ସମୟରେ ବିନା ଅନୁମତିରେ ଯାଞ୍ଚକୁ ବିରୋଧ କରିଛି ବିଜେଡି ।
ପ୍ରୀତିରଞ୍ଜନ ଘଡେଇ ଘରେ ନଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ତାଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲା । ଏହି ସମୟରେ ପ୍ରୀତିରଞ୍ଜନଙ୍କ କେୟାରଟେକର ରାକେଶ ପଣ୍ଡା ଘରେ ଥିଲେ । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ରାକେଶଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।
ନିର୍ବାଚନ ସମୟରେ ବିନା ଅନୁମତିରେ ଏପରି ଯାଞ୍ଚକୁ ବିଜେଡି ବିରୋଧ କରିଛି । ଯାହାକୁ ନେଇ ନୂଆପଡ଼ାରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ପୋଲିସକୁ ଲଗାଇ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ନେଇ ବିଜେଡି ଅଭିଯୋଗ କରିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।


