ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀଙ୍କ ଲାଗି ପ୍ରଚାର କରିବେ ନବୀନ

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ। ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ୨ ଥର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ନବୀନଙ୍କ ପ୍ରଚାର ପାଇଁ ଚୂଡାନ୍ତ ହୋଇଛି ଗସ୍ତ ସୂଚୀ। ନୂଆପଡା ପାଇଁ ଷ୍ଟାର କ୍ୟାମ୍ପେନର ତଥା ଜୁନାଗଡ଼ ବିଜେଡ଼ି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ନୂଆପଡାରେ ନବୀନ ପହଂଚିବା ପରେ କଂଗ୍ରେସ ଓ ବିଜେପିର ସବୁ ଆକଳନ ଭୁଲ ହୋଇଯିବ। ନବୀନ ହାତ ହଲାଇ ଦେଲେ ସବୁ ଆକଳନ ଓଲଟି ଯିବ। ବିଜେଡ଼ି ସପକ୍ଷରେ ସବୁ ଭୋଟ ଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର। ରାଜେନ୍ଦ୍ର ଢୋଲକିଆ ବିଜେଡ଼ିର। ତାଙ୍କ ଦେହାନ୍ତ ସମୟରେ କେଉଁମାନେ ଯାଇଥିଲେ। ତାଙ୍କ ଶ୍ରଦ୍ଧାଞ୍ଜଳି କିଏ ଆୟୋଜନ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ଦିବ୍ୟଶଙ୍କର। ରାଜେନ୍ଦ୍ର ଢୋଲକିଆ କେଉଁ ଦଳରେ ଥିଲେ ତାଙ୍କ ପାଇଁ କିଏ କାମ କରିଥିଲା ତାହା ସମସ୍ତେ ଜାଣିଛନ୍ତି। ବିଜୁ ଜନତା ଦଳରୁ କ୍ୟାବିନେଟ ମନ୍ତ୍ରୀ ଥିଲେ। ଜୟ ଢୋଲକିଆଙ୍କୁ ରାଜେନ୍ଦ୍ର ଢୋଲକିଆଙ୍କ ସମସ୍ତ ସମର୍ଥକ ବିରୋଧ କରୁଛନ୍ତି ବୋଲି କହିଛନ୍ତି ଦିବ୍ୟଶଙ୍କର।